ଅଧ ଘଣ୍ଟାରେ ସରିଗଲା ଭାରତ-ଅଷ୍ଟ୍ରେଲିଆ ସିରିଜ୍ ଟିକେଟ୍!

ନୂଆଦିଲ୍ଲୀ: କରୋନା ପାଇଁ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ହେଁ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ଶୀର୍ଷରେ ରହିଛି। ୨୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ମାତ୍ର ଅଧ ଘଣ୍ଟା ଭିତରେ ସବୁଯାକ ଟିକେଟ୍ ବିକ୍ରି ହୋଇଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨୭ ତାରିଖରୁ ଆରମ୍ଭ ହେବ। ଏହି ୬ଟିରୁ ୫ଟି ମ୍ୟାଚର ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଛି। ତେବେ […]

indvsaus

Ranjit Kumar Jena
  • Published: Friday, 20 November 2020
  • , Updated: 20 November 2020, 08:19 PM IST

ନୂଆଦିଲ୍ଲୀ: କରୋନା ପାଇଁ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ହେଁ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ଶୀର୍ଷରେ ରହିଛି। ୨୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ମାତ୍ର ଅଧ ଘଣ୍ଟା ଭିତରେ ସବୁଯାକ ଟିକେଟ୍ ବିକ୍ରି ହୋଇଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨୭ ତାରିଖରୁ ଆରମ୍ଭ ହେବ। ଏହି ୬ଟିରୁ ୫ଟି ମ୍ୟାଚର ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଛି। ତେବେ ପ୍ରଥମ ଦିନିକିଆ ପାଇଁ କେବଳ ୧୯୦୦ ଟିକେଟ୍ ବାକି ରହିଛି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପରେ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଟେଷ୍ଟ ସିରିଜର ଶୁଭାରମ୍ଭ ଡିସେମ୍ବର ୧୭ ତାରିଖରୁ ଆଡିଲେଡରେ ହେବ। ଏହି ମୁକାବିଲା ଦିବାରାତ୍ର ଟେଷ୍ଟ ହେବ ଏବଂ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ସରକାରଙ୍କ ତରଫରୁ ଅନୁମତି ମିଳିଛି।

ଆଡିଲେଡର କ୍ଷମତା ୫୪ହଜାର ଥିବା ବେଳେ ଏଥିରେ ୨୭ହଜାର ଦର୍ଶକ ମ୍ୟାଚ୍ ଦେଖିବେ। ସେହିପରି ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବକ୍ସିଂ ଡେ' ଟେଷ୍ଟରେ ୨୫ହଜାର ଦର୍ଶକଙ୍କୁ ଷ୍ଟାଡିୟମକୁ ଅନୁମତି ମିଳିବ।

Related story