ଦିବାରାତ୍ର ଟେଷ୍ଟ ପାଇଁ ବିସିସିଆଇର ସ୍ୱତନ୍ତ୍ର ପ୍ରସ୍ତୁତି

କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା’ର ଅଫିସିଆଲ୍ ଟ୍ୱିଟରରେ ପୋଷ୍ଟ କରିଛି। ଏହି ଭିଡିଓରେ ଇଡେନ୍ ଗାର୍ଡେନ୍ସର ଭିତର ଏବଂ ବାହାର ପରିବେଶ ଗୋଲାପମୟ (ପିଙ୍କ୍) ଦେଖାଯାଉଛି। ଏଥିରେ କ୍ୟାପସନ୍ ଦିଆଯାଇଛି ଯେ ପିଙ୍କ୍ ବଲ୍ […]

pink-ball

Ranjit Kumar Jena
  • Published: Wednesday, 20 November 2019
  • , Updated: 20 November 2019, 06:17 PM IST

କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା'ର ଅଫିସିଆଲ୍ ଟ୍ୱିଟରରେ ପୋଷ୍ଟ କରିଛି। ଏହି ଭିଡିଓରେ ଇଡେନ୍ ଗାର୍ଡେନ୍ସର ଭିତର ଏବଂ ବାହାର ପରିବେଶ ଗୋଲାପମୟ (ପିଙ୍କ୍) ଦେଖାଯାଉଛି। ଏଥିରେ କ୍ୟାପସନ୍ ଦିଆଯାଇଛି ଯେ ପିଙ୍କ୍ ବଲ୍ ଟେଷ୍ଟ ପାଇଁ କୋଲକାତା ପ୍ରସ୍ତୁତ।

ମ୍ୟାଚର ପ୍ରଥମ ଚାରିଦିନର ଟିକେଟ୍ ବିକ୍ରି ସରିଥିବା ବେଳେ ଶେଷ ଦୁଇଦିନର ବାକି ରହିଛି। ଯେହେତୁ ଟେଷ୍ଟ କ୍ରିକେଟରେ ବାଂଲାଦେଶ ଏକ ଦୁର୍ବଳ ଟିମ୍‌, ତେଣୁ ମ୍ୟାଚଟି ଜଲଦି ଶେଷ ହେବାର ସମ୍ଭାବନା ରହିଛି। ଆର୍ମି ପାରାଟ୍ରୁପର ସିଧା ଉପରୁ ପିଙ୍କ୍ ବଲ୍ ଧରି ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ ଭିତରେ ପ୍ରବେଶ କରିବେ। ଏହା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାରମ୍ପରିକ ଇଡେନ୍ ବେଲ୍ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ।

ଚା'ପାନ ବିରତିର ୨୦ ମିନିଟ୍ ବ୍ରେକରେ ପୂର୍ବତନ କ୍ୟାପଟେନ୍ ଏବଂ ଅନ୍ୟ କିମ୍ବଦନ୍ତୀ କ୍ରୀଡ଼ାବିତ୍ ଷ୍ଟାଡିୟମ ଚାରିପାଶ୍ୱର୍ରେ ପରିକ୍ରମା କରିବେ। ୪୦ ମିନିଟର ସୁପର୍ ବ୍ରେକରେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍‌, ଅନୀଲ କୁମ୍ବଲେ ଓ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ଏକ ଆଲୋଚନା ହେବ। ଏହି ପଞ୍ଚତାରକା ୨୦୦୧ରେ ଇଡେନରେ ଅଷ୍ଟ୍ରେଲିଆ ବିପକ୍ଷ ମିଳିଥିବା ଐତିହାସିକ ଟେଷ୍ଟ ମ୍ୟାଚ୍ ସଫଳତା ବଖାଣିବେ।

ଏହା ମଧ୍ୟରେ ସିଏବି କିଛି ଭାରତୀୟ କ୍ରୀଡ଼ାବିତ୍ ଯଥା ସଚିନ, ଅଲିମ୍ପିକ୍ ଚାମ୍ପିୟନ୍ ଅଭିନବ ବିନ୍ଦ୍ରା, ଟେନିସ୍ ଷ୍ଟାର୍ ସାନିଆ ମିର୍ଜା, ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ ପିଭି ସିନ୍ଧୁ ଏବଂ ୬ଥରର ବିଶ୍ୱ ବକ୍ସିଂ ଚାମ୍ପିୟନ୍ ଏମସି ମ୍ୟାରୀ କମଙ୍କଚ ସମ୍ବର୍ଦ୍ଧନା କରିବ। ସିଏବି ମଧ୍ୟ ଉଭୟ ଭାରତ ଓ ବାଂଲାଦେଶ ଟିମର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବ।

Related story