ଅକଲ୍ୟାଣ୍ଡରେ ପହଞ୍ଚିଲା ବିରାଟବାହିନୀ

ଅକଲ୍ୟାଣ୍ଡ୍‌: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୬ମାସର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଅକଲ୍ୟାଣ୍ଡରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡରେ ଭାରତ ଶୁକ୍ରବାରଠାରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ। ଟି-୨୦ ସିରିଜ୍ ବ୍ୟତୀତ ଭାରତୀୟ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ଟେଷ୍ଟ ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସାମିଲ୍ ଅଛି। ସୋମବାର ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଅଭିମୁଖେ ଗସ୍ତ କରିଥିଲା। ମଙ୍ଗଳବାର […]

team-india

Ranjit Kumar Jena
  • Published: Tuesday, 21 January 2020
  • , Updated: 21 January 2020, 08:45 PM IST

ଅକଲ୍ୟାଣ୍ଡ୍‌: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୬ମାସର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଅକଲ୍ୟାଣ୍ଡରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡରେ ଭାରତ ଶୁକ୍ରବାରଠାରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ। ଟି-୨୦ ସିରିଜ୍ ବ୍ୟତୀତ ଭାରତୀୟ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ଟେଷ୍ଟ ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସାମିଲ୍ ଅଛି।

ସୋମବାର ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଅଭିମୁଖେ ଗସ୍ତ କରିଥିଲା। ମଙ୍ଗଳବାର ଭାରତୀୟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଅକଲ୍ୟାଣ୍ଡରେ ପହଞ୍ଚିବା ପରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ବିରାଟଙ୍କ ସହ ଶ୍ରେୟସ ଆୟର୍ ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ଅଛନ୍ତି। ଏହି ଫଟୋ ପୋଷ୍ଟ କରିବାରେ ବିରାଟ୍ ଲେଖିଛନ୍ତି, ଅକଲ୍ୟାଣ୍ଡରେ ପହଞ୍ଚିଗଲୁ।

 

View this post on Instagram

 

Touchdown Auckland. Let’s go 🇮🇳 @shardul_thakur @shreyas41

A post shared by Virat Kohli (@virat.kohli) on


ସୂଚନାଯୋଗ୍ୟ, ୨୦୨୦ରେ ଭାରତୀୟ ଟିମ୍ ଲଗାତାର ଦୁଇଟି ସିରିଜ୍ ଜିତି ଜବରଦସ୍ତ ଫର୍ମରେ ଅଛି। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ନୂଆବର୍ଷର ଶୁଭାରମ୍ଭ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ବିଜୟ ଭାରତର ମନୋବଳକୁ ନିଶ୍ଚିତ ବଢ଼ାଇଛି। ଗତବର୍ଷ ଭାରତ ସୀମିତ ଓଭର ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିଥିଲା, ଯେଉଁଠାରେ ଟିମ୍ ଦିନିକିଆ ସିରିଜକୁ ୪-୧ରେ ଜିତିଥିଲା। ତେବେ ଟି-୨୦ରେ ସିରିଜରେ ଭାରତ ୧-୨ରେ ପରାସ୍ତ ହୋଇଥିଲା।

Related story