କାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଏସିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌। କେରଳର ଥିରୁଅନନ୍ତପୁରମ୍‌ରେ ହେବାକୁ ଥିବା ଏହି ମ୍ୟାଚ ନିର୍ଣ୍ଣାୟକ ହେବ। ସିରିଜ ଏବେ ୧-୧ ବରାବର ସ୍ଥିତିରେ ଅଛି। ଆସନ୍ତାକାଲିର ମ୍ୟାଚ୍‌ ଟିମ୍ ଇଣ୍ଡିଆ ପାଇଁ  ଏସିଡ୍ ଟେଷ୍ଟ ହୋଇପାରେ। କାରଣ ଏହି ନିର୍ଣ୍ଣାୟକ ଟି-୨୦ ମ୍ୟାଚ ଜିତିଲେ ସିରିଜ କବ୍‌ଜା କରିବ ଭାରତ। ନଚେତ୍‌ ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତେ ତେବେ ନ୍ୟୁୟଜିଲାଣ୍ଡକୁ ହେବ ଡବଲ ଫାଇଦା […]

india

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 09:34 PM IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌। କେରଳର ଥିରୁଅନନ୍ତପୁରମ୍‌ରେ ହେବାକୁ ଥିବା ଏହି ମ୍ୟାଚ ନିର୍ଣ୍ଣାୟକ ହେବ। ସିରିଜ ଏବେ ୧-୧ ବରାବର ସ୍ଥିତିରେ ଅଛି। ଆସନ୍ତାକାଲିର ମ୍ୟାଚ୍‌ ଟିମ୍ ଇଣ୍ଡିଆ ପାଇଁ  ଏସିଡ୍ ଟେଷ୍ଟ ହୋଇପାରେ। କାରଣ ଏହି ନିର୍ଣ୍ଣାୟକ ଟି-୨୦ ମ୍ୟାଚ ଜିତିଲେ ସିରିଜ କବ୍‌ଜା କରିବ ଭାରତ। ନଚେତ୍‌ ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତେ ତେବେ ନ୍ୟୁୟଜିଲାଣ୍ଡକୁ ହେବ ଡବଲ ଫାଇଦା ।

ସିରିଜ କବ୍‌ଜା। ପୁଣି ନମ୍ବର ୱାନ୍ ରାଙ୍କିଂ। ତେଣୁ ଏହି ମ୍ୟାଚ ଜିତିବାକୁ ଜି ଜାନ୍ ଲଗାଇବେ ଉଭୟ ଟିମ୍।   ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ଜିତିବା ପରେ ରାଜକୋଟ୍‌ରେ ନ୍ୟୁଜିଲାଣ୍ଡ ଆଗରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।  ସବୁ ବିଭାଗରେ ଖରାପ ପ୍ରଦର୍ଶନ କରିଥିଲା ଭାରତ।  ବ୍ୟାଟିଂରେ କେବଳ କ୍ୟାପ୍ଟେନ କୋହଲିଙ୍କୁ ଛାଡିଦେଲେ ଆଉ କେହି ଭଲ ସ୍କୋର କରିପାରି ନ ଥିଲେ । ଧୋନି ୪୯ ରନ୍ କରିଥିଲେ ମଧ୍ୟ ସେତେ ଆଟାକିଂ ଖେଳିପାରି ନ ଥିଲେ । ସେହିପରି ରାଜକୋଟ୍‌ରେ ଟିମ୍ ଇଣ୍ଡିଆର ବୋଲିଂ ବି କାମ କରି ନ ଥିଲା।

କେବଳ ବୁମ୍‌ରାହଙ୍କୁ ଛାଡିଦେଲେ ଆଉ କେହି କିୱି ବ୍ୟାଟ୍ସମ୍ୟାନଙ୍କୁ ରୋକି ପାରି ନ ଥିଲେ। ତେବେ ଆସନ୍ତା କାଲିର ମ୍ୟାଚରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇପାରେ।  ତାଙ୍କ ସ୍ଥାନରେ ଟିମ ଇଣ୍ଡିଆ ଆଉ ଜଣେ ବ୍ୟାଟସମ୍ୟାନ୍‌ଙ୍କୁ ଖେଳାଇବାର ସମ୍ଭାବନା ରହିଛି।

ସବୁଠୁ ବଡ଼ କଥା ହେଉଛି, ଆସନ୍ତାକାଲି ବର୍ଷା ହୋଇପାରେ।  କେରଳରେ ଏବେ ଉତ୍ତରପୂର୍ବ ମୌସୁମୀ ସକ୍ରିୟ ଅଛି।  ଏଥିପାଇଁ ମଙ୍ଗଳବାର ଆକାଶ ମେଘୁଆ ରହିବା ସହ ଝିପିଝିପି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related story