ବେଙ୍ଗାଲୁରୁ ଟେଷ୍ଟ: ଆଜି ବି ଖେଳାଇ ଦେଲାନି ବର୍ଷା

ବେଙ୍ଗାଲୁରୁ: ଲାଗାତାର ଭାବେ ଘନ ଘନ ବର୍ଷା ଓ ଓଦା ପିଚ୍ ଯୋଗୁଁ ବେଙ୍ଗାଲୁରୁ ଟେଷ୍ଟର ଚତୁର୍ଥ ଦିନରେ ବି ଖେଳ ହୋଇପାରି ନାହିଁ। ଦ୍ୱିତୀୟ ଓ ତୃତୀୟ ଦିନ ପରି ଆଜି ମଧ୍ୟ ବର୍ଷା ବାଧକ ସାଜିଥିଲା। ଖରାପ ପାଗ ଯୋଗୁଁ ମଧ୍ୟାହ୍ନ ପଯ୍ୟାନ୍ତ ମ୍ୟାଚକୁ ବାତିଲ କରାଯାଇଥିଲା। କିନ୍ତୁ ତା’ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ଫଳରେ ଅପରାହ୍ଣ ପ୍ରାୟ ଅଢେଇଟା ବେଳେ ଷ୍ଟମ୍ପ ଅପସାରଣ ଘୋଷଣା କରାଯାଇଥିଲା। ଆଜି […]

chinnaswamy-stadium-rains

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 11:14 AM IST

ବେଙ୍ଗାଲୁରୁ: ଲାଗାତାର ଭାବେ ଘନ ଘନ ବର୍ଷା ଓ ଓଦା ପିଚ୍ ଯୋଗୁଁ ବେଙ୍ଗାଲୁରୁ ଟେଷ୍ଟର ଚତୁର୍ଥ ଦିନରେ ବି ଖେଳ ହୋଇପାରି ନାହିଁ। ଦ୍ୱିତୀୟ ଓ ତୃତୀୟ ଦିନ ପରି ଆଜି ମଧ୍ୟ ବର୍ଷା ବାଧକ ସାଜିଥିଲା। ଖରାପ ପାଗ ଯୋଗୁଁ ମଧ୍ୟାହ୍ନ ପଯ୍ୟାନ୍ତ ମ୍ୟାଚକୁ ବାତିଲ କରାଯାଇଥିଲା। କିନ୍ତୁ ତା’ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ଫଳରେ ଅପରାହ୍ଣ ପ୍ରାୟ ଅଢେଇଟା ବେଳେ ଷ୍ଟମ୍ପ ଅପସାରଣ ଘୋଷଣା କରାଯାଇଥିଲା।
ଆଜି ସକାଳେ ବର୍ଷା ହୋଇ ନ ଥିଲା। ଅମ୍ପାୟାରମାନେ ତିନି ଥର ପଡିଆ ଓ ପିଚ ବୁଲି ଦେଖିଥିଲେ। ଫଳରେ ଆଜି ଖେଳ ହେବା ନେଇ ଆଶା ସଞ୍ଚାର ହୋଇଥିଲା। ତେବେ ପଡିଆରେ ପାଣି ଜମିବା ସାଙ୍ଗକୁ ଝିପି ଝିପି ବର୍ଷା ପର ମୁହୂର୍ତ୍ତରେ ସେହି ଆଶା ମଉଳି ଯାଇଥିଲା।

ଏହି ଟେଷ୍ଟର ଆଉ ଗୋଟିଏ ଦିନ ଖେଳ ବାକି ଥିବା ବେଳେ ମ୍ୟାଚ ଡ୍ର ହେବା ସୁନିଶ୍ଚିତ ହୋଇଯାଇଛି। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୨୧୪ ରନରେ ଅଲ ଆଉଟ ହୋଇଯାଇଥିବା ବେଳେ ଭାରତ କୌଣସି ୱିକେଟ ନ ହରାଇ ୮୦ ରନ କରିଛି।

Related story