ଭାରତକୁ ହରାଇ ଗାନ୍ଧି-ମାଣ୍ଡେଲା ସିରିଜ ଉପରେ ଦକ୍ଷିଣ ଆଫ୍ରିକାର କବଜା

ମୁମ୍ବାଇ: ମୁମ୍ବାଇରେ ଖେଳା ଯାଉଥିବା ଗାନ୍ଧି-ମାଣ୍ଡେଲା ଶୃଙ୍ଖଳାର ପଞ୍ଚମ ଦିନିକିଆରେ ଭାରତ ୨୧୪ ରନରେ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩-୨ରେ ଶୃଙ୍ଖଳା ଜିତି ନେଇଛନ୍ତି। ପ୍ରଥମେ ଟସ ଜିତି ଦକ୍ଷିଣ ଆଫ‍୍ରିକା ଭାରତ ଆଗରେ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୪୩୮ ରନର ବିରାଟ ସ୍କୋର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରି ଭାରତ ମାତ୍ର ୨୨୪ ରନରେ ଅଲଆଉଟ […]

India vs South Africa Live, 5th ODI: Ajinkya Rahane, Shikhar Dhawan stitch 100-run stand for third wicket

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 04:40 PM IST

ମୁମ୍ବାଇ: ମୁମ୍ବାଇରେ ଖେଳା ଯାଉଥିବା ଗାନ୍ଧି-ମାଣ୍ଡେଲା ଶୃଙ୍ଖଳାର ପଞ୍ଚମ ଦିନିକିଆରେ ଭାରତ ୨୧୪ ରନରେ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩-୨ରେ ଶୃଙ୍ଖଳା ଜିତି ନେଇଛନ୍ତି।

ପ୍ରଥମେ ଟସ ଜିତି ଦକ୍ଷିଣ ଆଫ‍୍ରିକା ଭାରତ ଆଗରେ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୪୩୮ ରନର ବିରାଟ ସ୍କୋର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରି ଭାରତ ମାତ୍ର ୨୨୪ ରନରେ ଅଲଆଉଟ ହୋଇଯାଇଥିଲା। କାଶିଗୋ ରାବଡାଙ୍କ ଘାତକ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍। ଦଳପକ୍ଷରୁ ରାହାଣେ ୫୮ ବଲରୁ ୮୭ ରନ, ଧୱନ ୫୯ ବଲରୁ ୬୦ ରନ୍ କରି ଆଉଟ ହେବା ପରେ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲେ। ଭାରତ ପକ୍ଷରୁ ୫ ଖେଳାଳି ୨ ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଥିଲେ। ଏହା ଥିଲା ଭାରତୀୟ ବ୍ୟାଟିଂର ଦୟନୀୟ ପ୍ରଦର୍ଶନ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବଡା ୪ଟି ୱିକେଟ, ଷ୍ଟେନ୍ ୩ଟି, ତାହୀର ୨ଟି ଓ ଆବୋଟ ୧ ଗୋଟିଏ ଲେଖାଏଁ ୱିକେଟ ନେଇ ଭାରତକୁ ପରାଜୟର ସ୍ୱାଦ ଚଖାଇଥିଲେ।

ଦକ୍ଷିଣ ଆଫ୍ରିକାକୁ ରକିବାକୁ ଫେଲ ମାରିଥିଲେ ଭାରତୀୟ ବୋଲର। ଏହାର ସୁଯୋଗ ନେଇ ଭ୍ରମଣକାରୀ ଦଳ କ୍ୟୁ ଡେ କକ୍ ୮୭ ବଲରୁ ୧୦୯ ,ଡି ଭିଲର ୧୧୫ ବଲରୁ ୧୩୩ ଓ ଡୁ ପ୍ଲେସିସ୍ ୬୧ ବଲରୁ ୧୧୯ ରନ ସଂଗ୍ରହ କରି ଭାରତ ଆଗରେ ବିରାଟ ରନର ପାହାଡ ଠିଆ କରିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ମୋହିତ ଶର୍ମା, ହରଭଜନ ସିଂହ ଓ ସୁରେଶ ରାଇନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଶୃଙ୍ଖଳାରେ ଭଲ ପ୍ରଦର୍ଶନ ପାଇଁ ଏବି ଡିଭିଲର୍ସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଓ ମୁମ୍ବାଇ ଦିନିକିଆରେ ଭଲ ପ୍ରଦର୍ଶନ ପାଇଁ କ୍ୟୁ ଡେ କକଙ୍କୁ ମ୍ୟାଚ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା।

Related story