ବାରବାଟୀ ଟି-20; କାଲିଠୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

କଟକ( ଓଡ଼ିଶା ରିପୋର୍ଟର): ବାରବାଟୀ ଟି-20 ପାଇଁ ଆସନ୍ତାକାଲି ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି।  ୫ ହଜାର ଟିକେଟ ଅନ୍‌ଲାଇନରେ ବିକ୍ରି କରାଯିବ।  ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ। ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର  ଓ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ […]

cuttack

Tapaswini Nayak
  • Published: Tuesday, 31 May 2022
  • , Updated: 31 May 2022, 01:30 PM IST

କଟକ( ଓଡ଼ିଶା ରିପୋର୍ଟର): ବାରବାଟୀ ଟି-20 ପାଇଁ ଆସନ୍ତାକାଲି ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି।  ୫ ହଜାର ଟିକେଟ ଅନ୍‌ଲାଇନରେ ବିକ୍ରି କରାଯିବ।  ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ।

ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର  ଓ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ। ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନରେ ଟିକେଟ ମିଳିବ।

ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି। ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି।

 

Related story