ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ଲାଗିଛି, ଯେଉଁକାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିପାରି ନାହିଁ।
ବର୍ଷା ଯୋଗୁ ପୂରା ଗ୍ରାଉଣ୍ଡକୁ କଭର୍ କରିଦିଆଯାଇଛି। ଏହା ଗ୍ରାଉଣ୍ଡରେ ପାଣି ଭରି ରହିଛି। ଏଭଳି ସ୍ଥିତିରେ ଟସ୍ ପଡ଼ିବାରେ ବିଳମ୍ବ ହୋଇପାରେ। ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି।
Heavy showers at the moment here in Guyana. We are waiting for the skies to clear 🌧️🌧️ #WIvIND pic.twitter.com/FJ6NStFIXl
— BCCI (@BCCI) August 8, 2019
ବିଶ୍ୱକପ୍ ପରାଜୟକୁ ଭୁଲି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ କ୍ଲିନସୁଇପ୍ କରିନେଇଛି। ସେହିପରି ଦିନିକିଆ ସିରିଜକୁ ମଧ୍ୟ ମୂଳପୋଛ କରିବାକୁ ଭାରତ ଲକ୍ଷ୍ୟ ରଖିଛି।