ସରିଲା ଟି-୨୦, ଗୁରୁବାରଠାରୁ ଦିନିକିଆ ସିରିଜ୍

ପ୍ରୋଭିଡେନ୍ସ (ଗାଏନା): ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିନେଇଛି। ଏବେ ଟିମ୍ ଇଣ୍ଡିଆ ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଗାଏନାରେ ଖେଳାଯିବ, ଯେଉଁଠାରେ ଭାରତ ତା’ର ଶେଷ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଥିଲା। ଟି-୨୦ ସହ ଦିନିକିଆ ସିରିଜକୁ ମଧ୍ୟ ଶିଖର ଧୱନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ କ୍ୟାପଟେନ୍ ବିରାଟ୍ କୋହଲି ଓ […]

team-india

team-india

Ranjit Kumar Jena
  • Published: Wednesday, 07 August 2019
  • Updated: 07 August 2019, 05:32 PM IST

Sports

Latest News

ପ୍ରୋଭିଡେନ୍ସ (ଗାଏନା): ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିନେଇଛି। ଏବେ ଟିମ୍ ଇଣ୍ଡିଆ ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଗାଏନାରେ ଖେଳାଯିବ, ଯେଉଁଠାରେ ଭାରତ ତା'ର ଶେଷ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଥିଲା। ଟି-୨୦ ସହ ଦିନିକିଆ ସିରିଜକୁ ମଧ୍ୟ ଶିଖର ଧୱନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ କ୍ୟାପଟେନ୍ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ପରେ ଭାରତର ତୃତୀୟ ଶ୍ରେଷ୍ଠ ଖେଳାଳି। ଏହି ତିନି ଖେଳାଳିଙ୍କ ଦମରେ ହିଁ ଭାରତ ବିଗତ ଦିନରେ ସଫଳ ହୋଇପାରିଛି।

୧୩୦ ଦିନିକିଆରେ ୧୭ ଶତକ ମାରିଥିବା ଧୱନ୍ ଦିନିକିଆ ସିରିଜରେ ରୋହିତଙ୍କ ସହ ଓପନ୍ କରିବେ। ଏଥିସହ ବିଶ୍ୱକପରେ ତାଙ୍କ ସ୍ଥାନରେ ଓପନ୍ କରିଥିବା ଲୋକେଶ ରାହୁଲ ଏବେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ଶେଷ ଟି-୨୦ରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା ରିଷଭ ପନ୍ତ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଏଭଳି ସ୍ଥିତିରେ କେଦାର ଯାଦବ କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତାହା ବଡ଼ ପ୍ରଶ୍ନ।

ସେହିପରି ମନିଷ ପାଣ୍ଡେ ଓ ଶ୍ରେୟସ ଆୟର ମଧ୍ୟ ମିଡିଲ୍ ଅର୍ଡର ଦୌଡ଼ରେ ଅଛନ୍ତି। ଦୁହିଁଙ୍କ ମଧ୍ୟରୁ କାହାକୁ ସୁଯୋଗ ଦିଆଯିବ, ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଯଦି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳେ, ତାହେଲେ କେଦାର ଯାଦବ ବାହାରେ ବସିବେ। ଟିମ୍ ଇଣ୍ଡିଆର ପ୍ରମୁଖ ପେସ୍ ବୋଲର ଭୁବନେଶ୍ୱର କୁମାର ତିନୋଟି ଯାକ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେ ମହମ୍ମଦ ଶାମିଙ୍କ ସହ ଦିନିକିଆରେ ବୋଲିଂ ଶୁଭାରମ୍ଭ କରିବେ। ତୃତୀୟ ପେସର୍ ଭାବେ ନଭଦୀପ ସାଇନି ଦିନିକିଆ ଡେବ୍ୟୁ କରିପାରନ୍ତି।

ବିଶ୍ୱକପର ଅନ୍ୟତମ ଟାଇଟଲ୍ ଫେଭରିଟ୍ ଭାରତ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଦାୟ ନେଇଥିଲା। କିନ୍ତୁ ଏହି ପରାଜୟର ପ୍ରଭାବ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ଆଦୌ ପଡ଼ିନଥିଲା। ଭାରତ ତିନୋଟି ଯାକ ଟି-୨୦ ମୁକାବିଲାକୁ ଏକତରଫା ଭାବେ ଜିତି ନେଇଥିଲା। ବିଶ୍ୱକପ୍ ପରେ ଭାରତ ପ୍ରଥମଥର ପାଇଁ ଏଠାରେ ଦିନିକିଆ ମ୍ୟାଚ୍ ଖେଳିବ। ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ।

ରୋହିତ୍ ରେକର୍ଡ ୫ ଶତକ ସହ ବିଶ୍ୱକପର ସର୍ବାଧିକ ସ୍କୋରର ମଧ୍ୟ ହୋଇଥିଲେ। ଏହାଛଡ଼ା ରୋହିତ୍ ଟି-୨୦ରେ ମଧ୍ୟ ନିଜର ଏହି ଫର୍ମ ଜାରି ରଖିଥିଲେ। ଧୱନଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ରୋହିତଙ୍କ ମନୋବଳ ନିଶ୍ଚୟ ବଢ଼ିଥିବ। କାରଣ ଦୁହିଁଙ୍କ ମଧ୍ୟରେ ତାଳମେଳ ଖୁବ୍ ଭଲ। ଧୱନ୍ ବିଶ୍ୱକପରେ ମାତ୍ର ଦୁଇଟି ମ୍ୟାଚ୍ ଖେଳି ଆଘାତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। କୋହଲି ମଧ୍ୟ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଭାରତ ପାଇଁ ପୁଣିଥରେ ମଧ୍ୟକ୍ରମ ଚ୍ୟାଲେଞ୍ଜିଂ ହେବ। ରିଷଭ ପନ୍ତ ପ୍ରଥମ ଦୁଇଟି ଟି-୨୦ରେ ଯେଉଁଭଳି ଶଟ୍ ଖେଳି ଆଉଟ୍ ହେଲେ, ତାହା ନୈରାଶ୍ୟଜନକ ଥିଲା। କିନ୍ତୁ ଶେଷ ମ୍ୟାଚରେ ସେ ଜବରଦସ୍ତ ବ୍ୟାଟିଂ କରି ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି।

ଅନ୍ୟପକ୍ଷରେ ଟି-୨୦ରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ୍ ଦିନିକିଆରେ ବିଜୟଧାରାକୁ ଫେରିବାକୁ ଚାହିଁବ। ଦିନିକିଆ ସିରିଜରେ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଖେଳିବେ। ଗେଲଙ୍କ ଫେରିବା ଦ୍ୱାରା ୱେଷ୍ଟଇଣ୍ଡିଜର ବ୍ୟାଟିଂ ମଜଭୁତ୍ ହେବ। ବିଶ୍ୱକପ୍ ସମୟରେ ଗେଲ୍ କହିଥିଲେ ଯେ, ଭାରତ ବିପକ୍ଷ ସିରିଜ୍ ତାଙ୍କର ଶେଷ ମୁକାବିଲା ହେବ।

ଟି-୨୦ରେ ୱେଷ୍ଟଇଣ୍ଡିଜ୍ ପାଇଁ ଏକମାତ୍ର ସକାରାତ୍ମକ ଥିଲା କାଇରନ୍ ପୋଲାର୍ଡଙ୍କ ବ୍ୟାଟିଂ। ପୋଲାର୍ଡ ପ୍ରଥମ ଓ ତୃତୀୟ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅପରାଜିତ ଥିଲେ। କିନ୍ତୁ ପୋଲାର୍ଡ ଦିନିକିଆ ଟିମରେ ନାହାନ୍ତି। ଦିନିକିଆ କ୍ୟାପଟେନ୍ ଜେସନ୍ ହୋଲ୍ଡରଙ୍କ ଉପରେ ବୋଲିଂ ନିର୍ଭର କରିବ। ସେହିପରି ବ୍ୟାଟିଂରେ ଏଭିନ୍ ଲୁଇସ୍, ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍, ଶିମରନ୍ ହେଟମେୟର୍ ଏବଂ ନିକୋଲାସ ପୁରନଙ୍କ ଉପରେ ସବୁ ଦାୟିତ୍ୱ ରହିବ।

ସ୍କ୍ୱାଡ୍
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍: ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍, ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story