ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯ ଓ ଶିମରନ୍ ହେଟମେୟର୍ ୧୮ ରନ୍ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଦୁଇ ଓପ୍ନର୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ କରି […]

gayle1

Ranjit Kumar Jena
  • Published: Wednesday, 14 August 2019
  • , Updated: 14 August 2019, 10:14 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯ ଓ ଶିମରନ୍ ହେଟମେୟର୍ ୧୮ ରନ୍ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଦୁଇ ଓପ୍ନର୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ କରି ଟିମକୁ ଦମଦାର ଆରମ୍ଭ ଦେଇଥିଲେ।

ପ୍ରଥମ ଦୁଇ ଦିନିକିଆରେ ନିରାଶ କରିଥିବା ଗେଲ୍ ଆଜି ନିଜର ସ୍ୱାଭାବିକ ବ୍ୟାଟିଂ କରିଥିଲେ। ସେ ଆରମ୍ଭରୁ ହିଁ ଭାରତୀୟ ପେସ୍ ବୋଲିଂ ଆକ୍ରମଣକୁ ନିର୍ଧୁମ ପ୍ରହାର କରିଥିଲେ। ତାଙ୍କୁ ଲୁଇସ୍ ଭରପୂର ସହଯୋଗ ମଧ୍ୟ କରିଥିଲେ। ଦୁହେଁ ୬.୧ ଓଭରରେ ଟିମ୍ ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। କିନ୍ତୁ ପରବର୍ତ୍ତୀ ୫୦ ରନ୍ ପୂରଣ କରିବା ପାଇଁ ଦୁହେଁ ମାତ୍ର ୧୮ ବଲର ସହାୟତା ନେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ଟିମ୍ ୯.୧ ଓଭରରେ ୧୦୦ ରନ୍ ଅତିକ୍ରମ କରିଥିଲା।

ସମ୍ଭବତଃ ନିଜର ଶେଷ ଦିନିକିଆ ଖେଳୁଥିବା ଗେଲ୍ ୩୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ଲୁଇସ୍ ମଧ୍ୟ ନିଜର ସ୍ୱାଭାବିକ ବ୍ୟାଟିଂ କରିଥିଲେ। ଗେଲ୍ ଓ ଲୁଇସ୍ ପ୍ରଥମ ୱିକେଟ୍ ପାଇଁ ୧୦.୫ ଓଭରରେ ୧୧୫ ରନ୍ ଯୋଡ଼ିଥିଲେ। ଏହି ଯୋଡ଼ି ସେଟ୍ ହେବା ପରେ ବିରାଟ୍ କୋହଲି ରିଷ୍ଟ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଚହଲ୍ ନିଜ ପ୍ରଥମ ଓଭରର ପଞ୍ଚମ ବଲରେ ଲୁଇସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଲୁଇସ୍ ମାତ୍ର ୨୯ ବଲରେ ୫ ଚୌକା ଓ ୩ ଛକା ସହ ୪୩ ରନ୍ କରିଥିଲେ। ଏହା ପରେ ଗେଲ୍ ନିଜ ଇନିଂସକୁ ବେଶୀ ଆଗକୁ ନେଇପାରିନଥିଲେ। ୱେଷ୍ଟଇଣ୍ଡିଜ୍ ସ୍କୋର ୧୨୧ ଥିବା ବେଳେ ଗେଲଙ୍କୁ ଖଲୀଲ ଅହମ୍ମଦ ଆଉଟ୍ କରିଥିଲେ। ଗେଲ୍ ମାତ୍ର ୪୧ ବଲରେ ୮ ଚୌକା ଓ ୫ ବିଶାଳ ଛକା ସହ ୭୧ ରନ୍ କରିଥିଲେ।

ଆଉଟ୍ ହେବା ପରେ ଗେଲଙ୍କୁ ଭାରତୀୟ ଖେଳାଳି ଶୁଭେଚ୍ଛା ଜଣାଇଥିଲେ। ଗେଲ୍ ମଧ୍ୟ ନିଜ ବ୍ୟାଟ୍ ଉପରେ ହେଲମେଟ୍ ରଖି ପ୍ୟାଭିଲିୟନକୁ ଫେରିଥିଲେ। ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଗେଲଙ୍କର ଏହା ଶେଷ ଦିନିକିଆ ମ୍ୟାଚ୍ ଥିଲା । ଭାରତ ପକ୍ଷରୁ ଖଲୀଲ ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story