ରୋହିତ୍ ନୂଆ ସିକ୍ସର୍ କିଙ୍ଗ୍

ଲାଉଡରହିଲ୍: ଟିମ୍ ଇଣ୍ଡିଆ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଟି-୨୦ରେ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ଛକା ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାବ୍ୟତୀତ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୨୪୦୦ ରନ୍ କରିଛନ୍ତି। ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ରୋହିତ୍ ୬୭ ରନ୍ କରି ଆଉଟ୍ ହୋଇଥିଲେ। ନିଜର ଏହି ଇନିଂସରେ ରୋହିତ୍ ୬ ଚୌକା ଓ ୩ଟି ଛକା ମାରିଥିଲେ। ଭାରତ ଇନିଂସର […]

rohit2

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 10:02 PM IST

ଲାଉଡରହିଲ୍: ଟିମ୍ ଇଣ୍ଡିଆ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଟି-୨୦ରେ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ଛକା ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାବ୍ୟତୀତ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୨୪୦୦ ରନ୍ କରିଛନ୍ତି।

ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ରୋହିତ୍ ୬୭ ରନ୍ କରି ଆଉଟ୍ ହୋଇଥିଲେ। ନିଜର ଏହି ଇନିଂସରେ ରୋହିତ୍ ୬ ଚୌକା ଓ ୩ଟି ଛକା ମାରିଥିଲେ। ଭାରତ ଇନିଂସର ଏକାଦଶ ଓଭରରେ ରୋହିତ୍ ସୁନୀଲ ନାରିନଙ୍କ ବଲରେ ଛକା ମାରିବା ସହ ରୋହିତ୍ କ୍ରିସ୍ ଗେଲଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ।

୩୨ ବର୍ଷୀୟ ରୋହିତ୍ ଟି-୨୦ରେ ମୋଟ ୧୦୭ ଛକା ମାରିଛନ୍ତି। ଏହି ମାମଲାରେ ଗେଲ୍ ୧୦୫ଟି ଛକା ସହ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଗେଲଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ୧୦୩ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।

ରୋହିତଙ୍କ ନାମରେ ଟି-୨୦ରେ ସର୍ବାଧିକ ରନର ରେକର୍ଡ ମଧ୍ୟ ରହିଛି। ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୨୪୦୦ରୁ ଅଧିକ କରିଛନ୍ତି। ତାଙ୍କ ନାମରେ ଏପର୍ଯ୍ୟନ୍ତ ୯୬ ମ୍ୟାଚର ୮୮ ଇନିଂସରେ ୩୨.୭୨ ହାରରେ ୨୪୨୨ ରନ୍ ରହିଛି। ରୋହିତ୍ ଏପର୍ଯ୍ୟନ୍ତ ୪ ଶତକ ଏବଂ ୧୭ ଅର୍ଦ୍ଧଶତକ ମାରିଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜରେ ଗେଲ୍ ଖେଳୁନାହାନ୍ତି, କାରଣ ଏହି ଫର୍ମାଟ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ସେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ।

Related story