ଭାରତ ପାଇଁ ଚିନ୍ତା ଫିଞ୍ଚ ଓ ୱାର୍ଣ୍ଣର: ଶେଷ ମ୍ୟାଚ୍‌ ଜିତି ଏକ ନମ୍ବର ହେବାକୁ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଯଦି ଅଷ୍ଟ୍ରେଲିଆ ବିପକ୍ଷ ୫ମ ଦିନିକିଆରେ ଭାରତ ଜିତୁଛି ତେବେ ଆଇସିସି ମାନ୍ୟତାରେ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିବ। ଏଥିପାଇଁ ଭାରତ ଏହି ମ୍ୟାଚରେ ଜିତି ଏକ ନମ୍ବର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର୍‌ ପ୍ରଦର୍ଶନ କରିବାକୁ ପଡିବ। ଭାରତ ପାଇଁ […]

53717d26ae486b9c121ed403718b24b4

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 03:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଯଦି ଅଷ୍ଟ୍ରେଲିଆ ବିପକ୍ଷ ୫ମ ଦିନିକିଆରେ ଭାରତ ଜିତୁଛି ତେବେ ଆଇସିସି ମାନ୍ୟତାରେ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିବ। ଏଥିପାଇଁ ଭାରତ ଏହି ମ୍ୟାଚରେ ଜିତି ଏକ ନମ୍ବର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର୍‌ ପ୍ରଦର୍ଶନ କରିବାକୁ ପଡିବ। ଭାରତ ପାଇଁ ଚିନ୍ତାର କାରଣ ଏବେ ପାଲଟିଛି ଅଷ୍ଟ୍ରେଲିଆର ଓପନିଂ ଯୋଡି। ବର୍ତ୍ତମାନ ୱାର୍ଣ୍ଣର ଫର୍ମକୁ ଫେରିଥିବା ବେଳେ ଫିଞ୍ଚ ସୁପର ଫର୍ମରେ ଅଛନ୍ତି। ତେଣୁ ଏହି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ପ୍ରଥମରୁ ଆଉଟ୍‌ କରିବାକୁ ହେବ। ଯଦି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବାରେ ଭାରତୀୟ ବୋଲର ଅସଫଳ ରୁହନ୍ତି ତେବେ ଶେଷ ନାଗପୁର ମ୍ୟାଚକୁ ଭାରତ ଜିତିବା କଷ୍ଟକର ହେବ। କେବଳ ଫିଞ୍ଚ ଓ ୱାର୍ଣ୍ଣର ନୁହଁନ୍ତି ଅଧିନାୟକ ସ୍ମିଥଙ୍କ ୱିକେଟ୍‌ ମଧ୍ୟ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ସେପଟେ ମ୍ୟାଚ୍‌ ଜିତିବାକୁ ହେଲେ ପୂର୍ବମ୍ୟାଚ୍‌ ଭଳି ଅଧିକ ଏକ୍ସପେରିମେଣ୍ଟ କରିବା ଆବଶ୍ୟକ ନାହିଁ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ରଖିଛନ୍ତି। ଚଳିତ ସିରିଜରେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିବା କୁଲଦୀପ ଯାଦବଙ୍କ ଭଳି ବୋଲରଙ୍କୁ ଟିମ୍‌ରେ ସ୍ଥାନ ମିଳିବା ଆବଶ୍ୟକ ବୋଲି କୁହାଯାଇଛି।

Related story