ପାକିସ୍ତାନକୁ ହରାଇଲେ ୧୦ମ ଥର ପାଇଁ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିବ ଭାରତ

ଦୁବାଇ: ଏସିଆ କପ୍‌ରେ ସୁପର୍ ଫୋର୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆଜି ପାକିସ୍ତାନକୁ ହରାଇଲେ ଭାରତ ଫାଇନାଲ୍‌ରେ ପହଞ୍ଚି ଯିବ। ଆଉ ଏପରି ହେଲେ ଭାରତ ଏସିଆ କପ୍ ଫାଇନାଲ୍‌ରେ ୧୦ମ ଥର ପାଇଁ ପହଞ୍ଚିବ। ଭାରତ ଏସିଆ କପ୍‌ରେ ୯ଟି ଫାଇନାଲ୍ ଖେଳିଛି ଓ ସେଥିରୁ ୬ଟିରେ ଜିତିଛି। ତିନିଟି ଫାଇନାଲ୍‌ରେ ଦଳ ହାରିଛି। ୨୦୧୬ରେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଭାରତ ଏହି ଟାଇଟଲ୍ ଜିତି ଥିଲା। ୧୦ ବର୍ଷ ପରେ […]

india

Jitendra Garnayak
  • Published: Sunday, 23 September 2018
  • , Updated: 23 September 2018, 05:55 AM IST

ଦୁବାଇ: ଏସିଆ କପ୍‌ରେ ସୁପର୍ ଫୋର୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆଜି ପାକିସ୍ତାନକୁ ହରାଇଲେ ଭାରତ ଫାଇନାଲ୍‌ରେ ପହଞ୍ଚି ଯିବ। ଆଉ ଏପରି ହେଲେ ଭାରତ ଏସିଆ କପ୍ ଫାଇନାଲ୍‌ରେ ୧୦ମ ଥର ପାଇଁ ପହଞ୍ଚିବ।

ଭାରତ ଏସିଆ କପ୍‌ରେ ୯ଟି ଫାଇନାଲ୍ ଖେଳିଛି ଓ ସେଥିରୁ ୬ଟିରେ ଜିତିଛି। ତିନିଟି ଫାଇନାଲ୍‌ରେ ଦଳ ହାରିଛି। ୨୦୧୬ରେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଭାରତ ଏହି ଟାଇଟଲ୍ ଜିତି ଥିଲା।

୧୦ ବର୍ଷ ପରେ ଆଜି ଗୋଟିଏ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ୨୦୦୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଟି ମୁକାବିଲା ହୋଇଥିଲା। ସେ ବର୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ଜିତିଥିଲା ଓ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ୮ ୱିକେଟ୍‌ରେ ଜିତିଥିଲା।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ୫ ଥର ଏସିଆ କପ୍‌ରେ ବିଜୟୀ ହୋଇଥିବା ବେଳେ ୬ ଥର ରନର୍ସ ଅପ୍ ହୋଇଥିଲା। ଅର୍ଥାତ୍ ଏସିଆ କପ୍‌ରେ ଶ୍ରୀଲାଙ୍କ ସର୍ବାଧିକ ୧୧ ଥର ଫାଇନାଲ୍‌ରେ ପହଞ୍ଚିଛି।

Related story