କୁନ୍ଶାନ୍ : ଉବର କପ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ସୋମବାର ଅଷ୍ଟ୍ରେଲିଆକୁ ୫-୦ରେ ହରାଇଛି ସାଇନା ନେହୱାଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଦଳ।
ନୁଆଦିଲ୍ଲୀରେ ଖେଳାଯାଇଥିବା ସଂସ୍କରଣରେ ଭାରତୀୟ ମହିଳା ଦଳ ଇତିହାସ ରଚିଥିଲା। ଏଥିରେ ଦଳ ୩ଟି ସିଙ୍ଗଲ୍ସ ଓ ୨ଟି ଡବଲ୍ସ ମ୍ୟାଚ୍ରେ ବିଜୟ ହାସଲ କରିଥିଲା।
ବିଶ୍ୱମାନ୍ୟତାର ୮ମ ସ୍ଥାନରେ ଥିବା ସାଇନା ନେହୱାଲ୍ ବିଶ୍ୱମାନ୍ୟତାର ୭୪ତମ ସ୍ଥାନରେ ଥିବା ହୁହାନ୍-ୟୁ ୱେଣ୍ଡି ଚେନ୍ଙ୍କୁ ୨୨-୨୦, ୨୧-୧୪ରେ ହରାଇ ସିନ୍ଧୁ ଭାରତକୁ୨-୦ରେ ଆଗୁଆ ରଖିଥିଲେ।
ବିଶ୍ୱଚାମ୍ପିଅନ୍ସିପ୍ରେ ଦୁଇ ଥର ବ୍ରୋଞ୍ଜ ପଦକ ବିଜେତା ପି.ଭି.ସିନ୍ଧୁ ଓ ଜୋଇ ଲାଇଙ୍କ ମଧ୍ୟରେ ୨୫ମିନିଟ୍ ଧରି ହୋଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ୨-୦ରେ ଭାରତକୁ ଆଗୁଆ ରଖିଥିଲେ।
ସେହିପରି ମହିଳା ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନପ୍ପା ଯୋଡି ୨୧-୯,୨୧-୧୫ରେ ହୁହାନ୍-ୟୁ ୱେଣ୍ଡି ଚେନ୍ ଓ ଗ୍ରୋନୟା ସୋମରଭିଲ୍ଲେଙ୍କୁ ହରାଇଛନ୍ତି।
ସିଙ୍ଗଲ୍ସରେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜୟୀନି ଆର.ଶିବାନୀ ଭାଡ୍ଡେ ୨୧-୫,୨୧-୧୧ରେ ଟି.ହୋଙ୍କୁ ପରାଜିତ କରିଥିବା ବେଳେ ସିକ୍କି ରେଡ୍ଡୀ ଏନ୍ ଓ ସିନ୍ଧୁ ଏଲିଆନେ ଚୋଓ ଓ ଜୋୟ ଲାଇଙ୍କୁ ୨୧-୧୨,୨୧-୧୨ରେ ହରାଇ ଭାରତକୁ ୫-୦ରେ ବିଜୟୀ କରାଇଥିଲେ।