ପୁଣିି ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ କଙ୍ଗାରୁ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପୁଣି ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଚମକପ୍ରଦ ବିଜୟ ସହ ସିରିଜ କବଜା କରି ସାରିଥିବା ଭ୍ରମଣକାରୀ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ବିନା ପଡ଼ିଆକୁ ଓହ୍ଲାଇଛି। Tails was the call and tails it is. #TeamIndia captain @imVkohli wins the toss and has opted to bowl first. […]

INDIA-AUSTRALIA

Subhransu Sekhar
  • Published: Tuesday, 08 December 2020
  • , Updated: 08 December 2020, 01:35 PM IST

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପୁଣି ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଚମକପ୍ରଦ ବିଜୟ ସହ ସିରିଜ କବଜା କରି ସାରିଥିବା ଭ୍ରମଣକାରୀ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ବିନା ପଡ଼ିଆକୁ ଓହ୍ଲାଇଛି।

https://twitter.com/BCCI/status/1336214935634731010?s=20

ସେପଟେ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିଶଙ୍କ ବଦଳରେ ଘରୋଇ ଦଳର ଅଧିନାୟକ ଆରୋନ୍ ଫିଞ୍ଚ ଟିମକୁ ଫେରିଛନ୍ତି। ତେବେ ଅନ୍ୟତମ ଓପନର ଡି ଅର୍ଶି ଶଟ୍ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଏବେ ତୃତୀୟ ଟି-ଟ୍ୱେଣ୍ଟିକୁ ଜିତି ବିରାଟ ବାହିନୀ ସିରିଜ ହ୍ୱାଇଟ୍ ଓ୍ୱାଶ କରିବା ଲକ୍ଷ୍ୟରେ ଥିବା ବେଳେ ଅଷ୍ଟ୍ରେଲିଆ ଅନ୍ତିମ ବିଜୟ ସହ ସମ୍ମାନ ରଖିବା ପାଇଁ ପଡ଼ିଆକୁ ଓହ୍ଲାଇଛି।

Related story