୭୯ ରନ୍‌ରେ ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍, ସିରିଜ୍ ଜିତିଲା ଭାରତ

ବିଶାଖାପାଟଣା: ବିଶାଖାପାଟଣା ଷ୍ଟାଡିୟମରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ଭାରତ ୩-୨ରେ ହାତେଇ ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍‌ ହରାଇ୨୬୯ ରନ୍ ସଂଗ୍ରହ କରିଥିଲା। ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମାତ୍ର ୭୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅମିତ ମିଶ୍ରା ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଓ ‘ମ୍ୟାନ୍‌ ଅଫ୍‌ ଦି ସିରିଜ’ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍‌ […]

ind-newz

Rakesh Mallick
  • Published: Saturday, 29 October 2016
  • , Updated: 30 October 2016, 07:26 AM IST

ବିଶାଖାପାଟଣା: ବିଶାଖାପାଟଣା ଷ୍ଟାଡିୟମରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ଭାରତ ୩-୨ରେ ହାତେଇ ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍‌ ହରାଇ୨୬୯ ରନ୍ ସଂଗ୍ରହ କରିଥିଲା। ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମାତ୍ର ୭୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅମିତ ମିଶ୍ରା ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଓ ‘ମ୍ୟାନ୍‌ ଅଫ୍‌ ଦି ସିରିଜ’ ହୋଇଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍‌ ଲାଥନ ୧୯, କେ. ୱିଲିୟମସନ ୨୭ ଏବଂ ଟେଲର ୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏପରିକି ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ।

ଅମିତ ମିଶ୍ରା ୬ ଓଭରରେ ୧୮ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ। ଏ. ପଟେଲ ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ବୁମ୍ରା ଏବଂ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଫଳ ହୋଇଥିବା ରୋହିତ ଶର୍ମାଙ୍କ ବ୍ୟାଟ୍‌ ଆଜି କଥା କହିଥିଲା। ସେ ୬୫ ବଲର ସମ୍ମୁଖୀନ ହୋଇ ୫ ଚୌକା, ୩ ଛକା ସହାୟତାରେ ୭୦ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୬୫ ଏବଂ ଏମ୍‌ଏସ୍‌ ଧୋନି ୪ ଚୌକା ଓ ୧ ଛକା ସହାୟତାରେ ୪୧ ରନ୍‌ କରିଥିଲେ। କେଦାର ଯାଦବ ୩୯ ରନ୍‌ କରି ଅପରାଜିତ ଥିଲେ।

ସୋଧୀ ଏବଂ ବୋଲ୍ଟ ୨ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ନିଶାମ ଏବଂ ମିଚେଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତି ବରାବର ସ୍ଥିତିରେ ଥିଲେ।

ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ୬ ୱିକେଟ୍‌ରେ ଜିତି ଥିଲା। ନ୍ୟୁଜିଲାଣ୍ଡ ୧୯୦ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ନେଇଥିଲା ନ୍ୟୁଜିଲାଣ୍ଡ। ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୪୨ ରନ୍ କରିଥିଲା। ତେବେ ଟିମ୍ ଇଣ୍ଡିଆ ୨୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୮୫ ରନ୍ କରିଥିଲା। ତେବେ ବିରାଟ କୋହଲି ଅପରାଜିତ ୧୫୪ ରନ୍ କରି ଦଳକୁ ଜିତାଇ ଦେଇଥିଲେ। ଦଳ ୭ ୱିକେଟ୍‌ରେ ଏହି ମ୍ୟାଚ୍ ଜିତି ଥିଲା। ଚତୁର୍ଥ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୧୯ ରନ୍‌ରେ ଜିତି ଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା। କିନ୍ତୁ ଧୋନୀ ବାହିନୀ ୨୪୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌କୁ ଭାରତ ୩-୦ରେ ଜିତି ଥିଲା।

Related story