ବିଶାଖାପାଟନା ଟେଷ୍ଟ ଜିତିଲା ଭାରତ, ୧-୦ରେ ସିରିଜ ଆଗୁଆ

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଭାରତ ୨୪୬ ରନ୍‌ରେ ଜିତି ନେଇଛି। ୪୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ମାତ୍ର ୧୫୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ମ୍ୟାଚ୍‌ ବିଜୟ ସହ ଭାରତ ୫ ଟିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଗରୁ ଖେଳାଯାଇଥିବା ରାଜକୋଟରେ ଟେଷ୍ଟ ଡ୍ର ରହିଥିଲା। ଗତକାଲି ୨ ୱିକେଟ୍‌ରେ ୮୭ ରନ୍‌ କରିଥିବା ଇଂଲଣ୍ଡ ଟିମ୍‌ ଆଜି ପଞ୍ଚମ ତଥା ଶେଷ […]

ind

Rakesh Mallick
  • Published: Monday, 21 November 2016
  • , Updated: 22 November 2016, 07:45 AM IST

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଭାରତ ୨୪୬ ରନ୍‌ରେ ଜିତି ନେଇଛି। ୪୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ମାତ୍ର ୧୫୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ମ୍ୟାଚ୍‌ ବିଜୟ ସହ ଭାରତ ୫ ଟିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଗରୁ ଖେଳାଯାଇଥିବା ରାଜକୋଟରେ ଟେଷ୍ଟ ଡ୍ର ରହିଥିଲା।

ଗତକାଲି ୨ ୱିକେଟ୍‌ରେ ୮୭ ରନ୍‌ କରିଥିବା ଇଂଲଣ୍ଡ ଟିମ୍‌ ଆଜି ପଞ୍ଚମ ତଥା ଶେଷ ଦିନରେ ୭୧ ରନ୍‌ ସଂଗ୍ରହ କରି ଅବଶିଷ୍ଟ ୮ଟି ୱିକେଟ୍‌ ହରାଇଥିଲା। ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଗତକାଲି ଇଂଲଣ୍ଡ ପକ୍ଷରୁ ଅଧିନାୟକ ଏ. କୁକ୍‌ ୫୪ ଏବଂ ଏଚ୍‌. ହାମିଦ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଜୟନ୍ତ ଯାଦବ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି। ମହମ୍ମଦ ସାମୀ ଏବଂ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଇନିଂସ୍‌ରେ ଅଧିନାୟକ ବିରାଟ କୋହଲି (୧୬୭) ଏବଂ ଚେତେଶ୍ୱର ପୂଜାରା (୧୧୯)ଙ୍କ ରନ୍‌ ବଳରେ ୪୫୫ ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ପାଳିରେ ଇଂଲଣ୍ଡ ୨୫୫ ରନ୍‌ କରିଥିଲା। ଭାରତ ଇଂଲଣ୍ଡକୁ ଫଲୋଅନ୍‌ ନ ଦେଇ ଦ୍ୱିତୀୟ ଇନିଂସ୍‌ ଖେଳିଥିବା। ତେବେ ଦ୍ୱିତୀୟ ଇନିଂସ୍‌ରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ମାତ୍ର ୨୦୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୨୬ ତାରିଖରେ ମୋହାଲିରେ ଆରମ୍ଭ ଆରମ୍ଭ ହେବ।

Related story