ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

ମାଉଣ୍ଟ ମାଙ୍ଗାନୁଇ: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଦ୍ୱିତୀୟ ଦିନିକିଆ। ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲ ପଡ଼ିଆରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ରୋହିତ ଶର୍ମା ଓ ଶିଖର ଧୱନ ବ୍ୟାଟିଂ କରୁଛନ୍ତି। ୧୦ ଓଭର ସୁଦ୍ଧା ଦଳ କୌଣସି ୱିକେଟ୍ ନ ହରାଇ ୫୬ ରନ୍ ସଂଗ୍ରହ କରିଛି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାପିଅରରେ ଖେଳା ଯାଇଥିଲା। ଏଥିରେ […]

india

Jitendra Garnayak
  • Published: Saturday, 26 January 2019
  • , Updated: 26 January 2019, 08:22 AM IST

ମାଉଣ୍ଟ ମାଙ୍ଗାନୁଇ: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଦ୍ୱିତୀୟ ଦିନିକିଆ। ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲ ପଡ଼ିଆରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି।

ରୋହିତ ଶର୍ମା ଓ ଶିଖର ଧୱନ ବ୍ୟାଟିଂ କରୁଛନ୍ତି। ୧୦ ଓଭର ସୁଦ୍ଧା ଦଳ କୌଣସି ୱିକେଟ୍ ନ ହରାଇ ୫୬ ରନ୍ ସଂଗ୍ରହ କରିଛି।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାପିଅରରେ ଖେଳା ଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ୩୮ ଓଭରରେ ୧୫୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ ୩୪.୫ ଓଭରରେ ୨ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା ଏବଂ ଡିଏଲ୍‌ଏସ୍ ମେଥଡ୍‌ରେ ବିଜୟୀ ହୋଇଥିଲା।

ଦିନିକିଆ ସିରିଜ୍ ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ବି ଖେଳାଯିବ।

Related story