ଇଣ୍ଡୋନେସିଆକୁ ୨-୦ରେ ହରାଇଲା ଭାରତୀୟ ମହିଳା ଫୁଟବଲ ଟିମ୍‌

ଜାକର୍ତ୍ତା: ଆୟୋଜକ ଇଣ୍ଡୋନେସିଆକୁ ଭାରତୀୟ ମହିଳା ଫୁଟବଲ ଦଳ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୨-୦ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ମହିଳା ଦଳ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଥିଲା। ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲା। ପ୍ରଥମ ହାଫ୍‌ରେ ଭାରତ ପକ୍ଷରୁ ସଞ୍ଜୁ ଗୋଲ କରି ଭ୍ରମଣକାରୀ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଇଣ୍ଡୋନେସିଆ ସ୍ଥିତି ବରାବର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହାକୁ ଭାରତୀୟ ରକ୍ଷଣଭାଗ ଭଣ୍ଡୁର […]

f

Hemant Lenka
  • Published: Wednesday, 30 January 2019
  • , Updated: 30 January 2019, 09:10 PM IST

ଜାକର୍ତ୍ତା: ଆୟୋଜକ ଇଣ୍ଡୋନେସିଆକୁ ଭାରତୀୟ ମହିଳା ଫୁଟବଲ ଦଳ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୨-୦ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ମହିଳା ଦଳ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଥିଲା।

ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲା। ପ୍ରଥମ ହାଫ୍‌ରେ ଭାରତ ପକ୍ଷରୁ ସଞ୍ଜୁ ଗୋଲ କରି ଭ୍ରମଣକାରୀ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଇଣ୍ଡୋନେସିଆ ସ୍ଥିତି ବରାବର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହାକୁ ଭାରତୀୟ ରକ୍ଷଣଭାଗ ଭଣ୍ଡୁର କରିଦେଇଥିଲେ।

ମ୍ୟାଚ୍‌ ଶେଷ ହେବାକୁ ୨ ମିନିଟ୍‌ ବାକି ଥିବା ବେଳେ ଭାରତ ପକ୍ଷରୁ ଡାଙ୍ଗିମ ଗ୍ରେସ ଗୋଲ ସ୍କୋର କରି ବ୍ୟବଧାନକୁ ୨-୦ କରିଦେଇଥିଲେ। ଶେଷରେ ଭାରତ ୨-୦ରେ ମ୍ୟାଚ୍‌ ଜିତି ନେଇଥିଲା।

Related story