ଏସିଆନ୍‌ ଏୟାରଗନ୍‌ ଚାମ୍ପିୟନଶିପ୍‌ରେ ଭାରତକୁ ୧୬ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍‌ ଏୟାରଗନ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟରଙ୍କ ଦବଦବା ଶେଷ ଦିନରେ ମଧ୍ୟ ଦେଖିବାକୁ ମିଳିଛି। ଶେଷ ଦିନରେ ଭାରତୀୟ ଶୁଟରମାନେ ୫ଟି ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମୁଦାୟ ୧୬ଟି ସ୍ୱର୍ଣ୍ଣ ଜିତି ଅଭିଯାନ ଶେଷ କରିଛି। ତାଇପେରେ ଆଜି ଶେଷ ହୋଇଥିବା ଚାମ୍ପିୟଶିପ୍‌ରେ ଭାରତ ମୋଟ ୨୫ଟି ପଦକ ଜିତିଛି। ଏଥିରେ ୧୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଆଜି ଶେଷ […]

sa

Hemant Lenka
  • Published: Monday, 01 April 2019
  • , Updated: 01 April 2019, 08:42 PM IST

ନୂଆଦିଲ୍ଲୀ: ଏସିଆନ୍‌ ଏୟାରଗନ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟରଙ୍କ ଦବଦବା ଶେଷ ଦିନରେ ମଧ୍ୟ ଦେଖିବାକୁ ମିଳିଛି। ଶେଷ ଦିନରେ ଭାରତୀୟ ଶୁଟରମାନେ ୫ଟି ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମୁଦାୟ ୧୬ଟି ସ୍ୱର୍ଣ୍ଣ ଜିତି ଅଭିଯାନ ଶେଷ କରିଛି। ତାଇପେରେ ଆଜି ଶେଷ ହୋଇଥିବା ଚାମ୍ପିୟଶିପ୍‌ରେ ଭାରତ ମୋଟ ୨୫ଟି ପଦକ ଜିତିଛି। ଏଥିରେ ୧୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଆଜି ଶେଷ ଦିନରେ ଭାରତ ପକ୍ଷରୁ ୟଶ ବର୍ଦ୍ଧନ ଓ ଶ୍ରେୟା ଅଗ୍ରୱାଲ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ।

୧୦ ମିଟର ଏୟାର ରାଇଫଲ୍‌ ଜୁନିୟର ଇଭେଣ୍ଟରେ ୟଶ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ସେ ଟିମ୍‌ ଇଭେଣ୍ଟରେ କେଭଲ ପ୍ରଜାପତି ଓ ଅଶ୍ୱର୍ଯ୍ୟ ତୋମାରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। କେଭଲ ରୌପ୍ୟ ଜିତିଥିବା ବେଳେ ଅଶ୍ୱର୍ଯ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ।
ଅନ୍ୟପକ୍ଷରେ ଶ୍ରେୟା ମଧ୍ୟ ୧୦ ମିଟର ଏୟାର ରାଫଲରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

Related story