ଟି-ଟ୍ୱେଣ୍ଟି ବି କବ୍‌ଜା : ଶ୍ରୀଲଙ୍କାକୁ ୯-୦ରେ ହରାଇ କ୍ଲିନ୍‌ ସୁଇପ୍‌ କଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ ୱିକେଟ୍‌ରେ କଲମ୍ବୋ ଟି-ଟ୍ୱେଣ୍ଟିକୁ କବ୍‌ଜା କଲା ଟିମ୍‌ ଇଣ୍ଡିଆ। ଫଳରେ କ୍ଲିନ୍ ସୁଇପରେ ଶ୍ରୀଲଙ୍କା ଗସ୍ତ ଶେଷ କରିଛି ଇଣ୍ଡିଆ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ଏବଂ ଶେଷରେ ଏକମାତ୍ର ଟି-ଟ୍ୱେଣ୍ଟିକୁ ବି ନିଜ ନାଁରେ କରି ନେଇଛି ଇଣ୍ଡିଆ। ଇଣ୍ଡିଆ ପ୍ରଥମେ ୩ଟି ଟେଷ୍ଟ ଜିତିବା ପରେ ୫ଟି ଦିନିକିଆ ମଧ୍ୟ ଜିତିସାରିଥିଲା। ଏବଂ ଆଜିର ବିଜୟ ସହ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଥର ପାଇଁ ଇଣ୍ଡିଆ ୯-୦ […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 11:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ ୱିକେଟ୍‌ରେ କଲମ୍ବୋ ଟି-ଟ୍ୱେଣ୍ଟିକୁ କବ୍‌ଜା କଲା ଟିମ୍‌ ଇଣ୍ଡିଆ। ଫଳରେ କ୍ଲିନ୍ ସୁଇପରେ ଶ୍ରୀଲଙ୍କା ଗସ୍ତ ଶେଷ କରିଛି ଇଣ୍ଡିଆ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ଏବଂ ଶେଷରେ ଏକମାତ୍ର ଟି-ଟ୍ୱେଣ୍ଟିକୁ ବି ନିଜ ନାଁରେ କରି ନେଇଛି ଇଣ୍ଡିଆ। ଇଣ୍ଡିଆ ପ୍ରଥମେ ୩ଟି ଟେଷ୍ଟ ଜିତିବା ପରେ ୫ଟି ଦିନିକିଆ ମଧ୍ୟ ଜିତିସାରିଥିଲା। ଏବଂ ଆଜିର ବିଜୟ ସହ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଥର ପାଇଁ ଇଣ୍ଡିଆ ୯-୦ ରେ ଜିତି ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇପାରିଛି। ଏହାପୂର୍ବରୁ ୨୦୦୯-୧୦ ମସିହାରେ ଅଷ୍ଟ୍ରେଲିଆ, ପାକିସ୍ତାନ ବିପକ୍ଷରେ ୯-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଯେଉଁଥିରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ଖେଳାଯାଇଥିଲା
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ଜବାବରେ ଇଣ୍ଡିଆ ମାତ୍ର ୩ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି। ଦଳ ପକ୍ଷରୁ ଅଧିନାୟକ ବିରାଟ୍ କୋହଲି ସର୍ବାଧିକ ୮୨ ରନ୍‌ କରିଥିବା ବେଳେ ମନିଷ ପାଣ୍ଡେ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଛନ୍ତି।

Related story