ଦାମ୍ବୁଲାରେ ଧାୱନଙ୍କ ଧୂଆଁଧାର ବ୍ୟାଟିଂ: ଭାରତର ଦମ୍‌ଦାର ବିଜୟ

ଭୁବନେଶ୍ୱର: ଦାମ୍ବୁଲାରେ ଭାରତର ଦମ୍‌ଦାର ବିଜୟ। ଶିଖର ଧାଓ୍ୱନଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ବଳରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶିଖର ଧାଓ୍ୱନ ୯୦ଟି ବଲରୁ ୧୩୨ ରନ କରି ଅପରାଜିତ ରହିଥିବା ବେଳେ। ବିରାଟ କୋହଲି ମଧ୍ୟ ୭୦ଟି ବଲରୁ ୮୨ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପଟେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କ ଦଳ ଏକଦା ୨୫ […]

shikhar

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 09:47 PM IST

ଭୁବନେଶ୍ୱର: ଦାମ୍ବୁଲାରେ ଭାରତର ଦମ୍‌ଦାର ବିଜୟ। ଶିଖର ଧାଓ୍ୱନଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ବଳରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶିଖର ଧାଓ୍ୱନ ୯୦ଟି ବଲରୁ ୧୩୨ ରନ କରି ଅପରାଜିତ ରହିଥିବା ବେଳେ। ବିରାଟ କୋହଲି ମଧ୍ୟ ୭୦ଟି ବଲରୁ ୮୨ ରନ କରି ଅପରାଜିତ ରହିଛନ୍ତି।

ଅନ୍ୟପଟେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କ ଦଳ ଏକଦା ୨୫ ଓଭରରେ ଗୋଟିଏ ଓ୍ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ମାତ୍ର ପରେ ଭାରତୀୟ ବୋଲରଙ୍କ ଆକ୍ରାମଣତ୍ମକ ବୋଲିଂକୁ ସାମ୍ନା କରି ନ ପାରି  ଶ୍ରୀଲଙ୍କା ମାତ୍ର ୨୧୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତୀୟ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିବା ସହ କେଦାର ଯାଦବ, ଚାହଲ୍‌ ଓ ବୁମ୍‌ରା ଦୁଇଟି ଲେଖାଏଁ ୱିକେଟ୍‌ ନେଇ ଶ୍ରୀଲଙ୍କାର ବ୍ୟାଟିଂ ଲାଇନକୁ ଧୂଳିସାତ କରିଦେଇଥିଲେ। ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି।

Related story