ଭାରତର ସିରିଜ୍‌ ବିଜୟ: କଲୋମ୍ବୋ ଟେଷ୍ଟକୁ ଇଂନିସ ଓ ୫୩ ରନ୍‌ରେ ଜିତିଲା ଭାରତ

ଭୁବନେଶ୍ୱର: ଦ୍ୱିତୀୟ ଟେଷ୍ଟକୁ ବି ନିଜ ନାଁରେ କଲା ଭାରତ। କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଏକ ଇଂନିସ ୫୩ ରନରେ ଜିତିଛି ଭାରତୀୟ ଦଳ। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ସିରିଜ ବିଜୟୀ ହୋଇଛି ଭାରତ। ଏହି ଟେଷ୍ଟରେ ଦ୍ୱିତୀୟ ଇନିଂସରେ ଗତକାଲିର ସ୍କୋର ଦୁଇ ଓ୍ୱିକେଟରେ ୨୦୯ ରନରୁ ଖେଳ ଆରମ୍ଭ କରିଥିବା ଘରୋଇ ଶ୍ରୀଲଙ୍କା ଦଳ ଆଜି ୩୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। […]

indian-cricketers-

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 04:03 PM IST

ଭୁବନେଶ୍ୱର: ଦ୍ୱିତୀୟ ଟେଷ୍ଟକୁ ବି ନିଜ ନାଁରେ କଲା ଭାରତ। କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଏକ ଇଂନିସ ୫୩ ରନରେ ଜିତିଛି ଭାରତୀୟ ଦଳ। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ସିରିଜ ବିଜୟୀ ହୋଇଛି ଭାରତ। ଏହି ଟେଷ୍ଟରେ ଦ୍ୱିତୀୟ ଇନିଂସରେ ଗତକାଲିର ସ୍କୋର ଦୁଇ ଓ୍ୱିକେଟରେ ୨୦୯ ରନରୁ ଖେଳ ଆରମ୍ଭ କରିଥିବା ଘରୋଇ ଶ୍ରୀଲଙ୍କା ଦଳ ଆଜି ୩୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କରୁଣାରତ୍ନେ ଏବଂ ମେଣ୍ଡିସ୍ ଶତକ ହାସଲ କରିଥିଲେ ହେଁ ପରାଜୟକୁ ରୋକିପାରି ନ ଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିଲେ ଭାରତର ପ୍ରଥମ ଇନିଂସ ସ୍କୋର ୬୨୨ ରନର ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୧୮୩ ରନ୍ କରିଥିଲା ।

Related story