ଗାଙ୍ଗୁଲିଙ୍କୁ ଛାଡ଼ି ଭାରତୀୟ କ୍ରିକେଟ୍‌ ଟିମ୍‌ର ବସ୍‌ ଚାଲିଯାଇଥିଲା, ଏହା ପରେ ସୁଧୁରି ଥିଲେ ଦାଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ରବି ଶାସ୍ତ୍ରୀ ପଡ଼ିଆରେ ଏବଂ ପଡ଼ିଆ ବାହାରେ ନିଜର ଅନୁଶାସନ ପାଇଁ ବେଶ ଜଣାଶୁଣା। ଏଥିପାଇଁ ସେ ଗର୍ବ ଅନୁଭବ ମଧ୍ୟ କରନ୍ତି। ନିକଟରେ ସେ ଭାରତୀୟ କ୍ରିକେଟ୍ ଟିମ୍‌କୁ ନେଇ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଯାହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ରବି ଶାସ୍ତ୍ରୀ ୨୦୦୭ରେ ଘଟିଥିବା ଏକ ଘଟଣା ସମ୍ପର୍କରେ କହିଛନ୍ତି, ଭରତୀୟ ଟିମର ବସ ଗୋଟିଏ […]

PICEDITOR-SMH

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ରବି ଶାସ୍ତ୍ରୀ ପଡ଼ିଆରେ ଏବଂ ପଡ଼ିଆ ବାହାରେ ନିଜର ଅନୁଶାସନ ପାଇଁ ବେଶ ଜଣାଶୁଣା। ଏଥିପାଇଁ ସେ ଗର୍ବ ଅନୁଭବ ମଧ୍ୟ କରନ୍ତି। ନିକଟରେ ସେ ଭାରତୀୟ କ୍ରିକେଟ୍ ଟିମ୍‌କୁ ନେଇ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଯାହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ରବି ଶାସ୍ତ୍ରୀ ୨୦୦୭ରେ ଘଟିଥିବା ଏକ ଘଟଣା ସମ୍ପର୍କରେ କହିଛନ୍ତି, ଭରତୀୟ ଟିମର ବସ ଗୋଟିଏ ଥର ସୌରଭ ଗାଙ୍ଗୁଲିଙ୍କୁ ଛାଡ଼ିଦେଇ ଚାଲିଯାଇଥିଲା। ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗାଙ୍ଗୁଲି ହୋଟେଲ୍‌ ରୁମରୁ ବାହାରିବା ବିଳମ୍ବ କରିବାରୁ ବସ ଛାଡ଼ିଦେଇଥିଲା। ୨୦୦୭ରେ ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ମ୍ୟାନେଜର୍‌ ଥିଲେ। ଏହି ସମୟରେ ଗାଙ୍ଗୁଲିଙ୍କ ବିଳମ୍ବ ହେବାରୁ ଶାସ୍ତ୍ରୀ ବସ ଡ୍ରାଇଭରଙ୍କୁ ଗାଙ୍ଗୁଲିଙ୍କ ବିନା ବସ ଛାଡ଼ିବାକୁ କହିଥିଲେ।

ଭାରତୀୟ ଟିମ୍‌ର ଅଭ୍ୟାସ ସମୟ ସକାଳ ୯ଟାରେ ଥିଲା, କିନ୍ତୁ ବସ୍‌ ସେ ପର୍ଯ୍ୟନ୍ତ ଛାଡ଼ିନଥିଲା, ଏହାର କାରଣ ଶାସ୍ତ୍ରୀ ପଚାରିବାରୁ ଜାଣିବାକୁ ପାଇଲେ ଗାଙ୍ଗୁଲି ଆସିନଥିବାରୁ ବସ୍‌ ଛାଡ଼ିପାରୁନାହିଁ। ଏହା ଶୁଣି ଶାସ୍ତ୍ରୀ ବସ ଛାଡ଼ିବାକୁ ଡ୍ରାଇଭର୍‌ଙ୍କୁ କହିଥିଲେ। ଏହି ଘଟଣା ପରଠାରୁ ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁଧୁରି ଯାଇଥିଲେ। କେବେ ବି ସେ ବିଳମ୍ବ କରିବାର ତାଙ୍କୁ କେହି ଦେଖିନାହାଁନ୍ତି, ବରଂ ବସ ଛାଡ଼ିବାର ୧୦ ମିନିଟ ପୂର୍ବରୁ ସେ ବସ୍‌ରେ ଆସି ବସି ଯାଆନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

Related story