କ’ଣ କରନ୍ତି ଏହି କ୍ରିକେଟରଙ୍କ ଶ୍ୱଶୁରମାନେ

ଆମ ଦେଶର କ୍ରିକେଟରମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଖେଳ ତ ଆଉ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ସେମାନେ ଚର୍ଚ୍ଚିତ ରୁହନ୍ତି। ସେମାନଙ୍କ ଜୀବନରେ କ’ଣ ଘଟୁଛି କ’ଣ ନାହିଁ ତାହା ସମସ୍ତେ ଜାଣିବା ପାଇଁ ଚାହାଁନ୍ତି। ସେମାନଙ୍କ ପରିବାର ହେଉ ବା ତାଙ୍କ ସ୍ତ୍ରୀଙ୍କ ବିଷୟରେ ହେଉ, ଏ ସବୁ ବିଷୟରେ ଜାଣିବା ପାଇଁ ଖେଳପ୍ରେମୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଆମେ ଆଜି ସେମିତି କିଛି କ୍ରିକେଟରଙ୍କ କଥା କହୁଛୁ ସେମାନଙ୍କ ଶ୍ୱଶୁରମାନେ କ’ଣ କରନ୍ତି। […]

virat-anushka_

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 12:34 PM IST

ଆମ ଦେଶର କ୍ରିକେଟରମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଖେଳ ତ ଆଉ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ସେମାନେ ଚର୍ଚ୍ଚିତ ରୁହନ୍ତି। ସେମାନଙ୍କ ଜୀବନରେ କ’ଣ ଘଟୁଛି କ’ଣ ନାହିଁ ତାହା ସମସ୍ତେ ଜାଣିବା ପାଇଁ ଚାହାଁନ୍ତି। ସେମାନଙ୍କ ପରିବାର ହେଉ ବା ତାଙ୍କ ସ୍ତ୍ରୀଙ୍କ ବିଷୟରେ ହେଉ, ଏ ସବୁ ବିଷୟରେ ଜାଣିବା ପାଇଁ ଖେଳପ୍ରେମୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଆମେ ଆଜି ସେମିତି କିଛି କ୍ରିକେଟରଙ୍କ କଥା କହୁଛୁ ସେମାନଙ୍କ ଶ୍ୱଶୁରମାନେ କ’ଣ କରନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ...

ରୋହିତ ଶର୍ମା: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ୨୦୧୫ ମସିହାରେ ରିତିକା ସଜଦେହଙ୍କୁ ବିବାହ କରିଥିଲେ। ରିତିକା କୋଟିପତି ପରିବାରରୁ ଆସିଛନ୍ତି। ରିତିକାଙ୍କ ପିତା ବବି ସଜଦେହ ମୁମ୍ବାଇର ଜଣେ ବଡ଼ ବ୍ୟବସାୟୀ। ରିତିକା ସ୍ୱାମୀ ରୋହିତଙ୍କର ସବୁ ମ୍ୟାଚ୍ ଦେଖିବାକୁ ଭଲ ପାଆନ୍ତି।

ବୀରେନ୍ଦ୍ର ସେହୱାଗ୍‌: ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ୍‌ଙ୍କୁ କିଏ ବା ନ ଜାଣେ। ୨୦୦୪ରେ ସେହୱାଗ୍‌ ଆରତୀ ଅହଲାବତଙ୍କୁ ବିବାହ କରିଥିଲେ। ଆରତୀ କୋଟିପତି ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ବଡ଼ ଓକିଲ।

ସଚିନ ତେନ୍ଦୁଲକର: କ୍ରିକେଟର ଜଗତର ଗଡ଼୍ ଆଖ୍ୟା ପାଇଥିବା ସଚିନ ତେନ୍ଦୁଲକର ଅଞ୍ଜଳି ତେନ୍ଦୁଲକରଙ୍କୁ ବିବାହ କରିଛନ୍ତି। ସଚିନ ଅଞ୍ଜଳିଙ୍କୁ ପ୍ରେମ ବିବାହ କରିଥିଲେ। ଅଞ୍ଜଳିଙ୍କ ପିତା ଆନନ୍ଦ ମେହେତା ଜଣେ ବଡ଼ ବ୍ୟବସାୟୀ।

ରବୀନ୍ଦ୍ର ଜାଡ଼େଜା: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା କୋଟିପତି ପରିବାରରେ ବିବାହ କରିଛନ୍ତି। ସେ ରିଭା ସୋଲାଙ୍କିଙ୍କୁ ବିବାହ କରିଛନ୍ତି। ରିଭା ଜଣେ ମେକାନିକାଲ୍‌ ଇଞ୍ଜିନିୟର। ରିଭାଙ୍କ ପିତା ହରଦେବ ସିଂହ ସୋଲାଙ୍କି ଜଣେ କଂଗ୍ରେସ ନେତା।

ବିରାଟ କୋହଲି : ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଗତବର୍ଷ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଚନ୍ତି।  ଅନୁଷ୍କା  ଧନୀ ପରିବାରରୁ ଆସିଛନ୍ତି। ତାଙ୍କ ପିତାଙ୍କ ନାମ ଅଜୟ କୁମାର ଶର୍ମା। ସେ କର୍ଣ୍ଣଲ ଥିଲେ।  ଅନୁଷ୍କା ନିଜେ ମଧ୍ୟ ଜଣେ କୋଟିପତି ।

 

.

 

 

Related story