ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ପୁରୁଷ ଓ ମହିଳା ହକି ଦଳର ଟୋକିଓ ଗସ୍ତ

ବେଙ୍ଗାଲୁରୁ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ରବିବାର ଟୋକିଓ ଗସ୍ତ କରିଛନ୍ତି। ଏହା ପରେ ଭାରତର ପୁରୁଷ ଓ ମହିଳା ଟିମ୍ ଚଳିତ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ପ୍ରତିଯୋଗିତାରେ ଭାଗ ନେବେ। ନଭେମ୍ବରରେ ହେବାକୁଥିବା ଏହି କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ଟିମକୁ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭଲ ଅଭିଜ୍ଞତା ମିଳିବ ବୋଲି ଆଶା କରାଯାଉଛି। ଅଲିମ୍ପିକ୍ ଟେଷ୍ଟ […]

hockey-team

Ranjit Kumar Jena
  • Published: Sunday, 11 August 2019
  • , Updated: 11 August 2019, 07:20 PM IST

ବେଙ୍ଗାଲୁରୁ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ରବିବାର ଟୋକିଓ ଗସ୍ତ କରିଛନ୍ତି। ଏହା ପରେ ଭାରତର ପୁରୁଷ ଓ ମହିଳା ଟିମ୍ ଚଳିତ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ପ୍ରତିଯୋଗିତାରେ ଭାଗ ନେବେ। ନଭେମ୍ବରରେ ହେବାକୁଥିବା ଏହି କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ଟିମକୁ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭଲ ଅଭିଜ୍ଞତା ମିଳିବ ବୋଲି ଆଶା କରାଯାଉଛି। ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତର ପୁରୁଷ ଟିମ୍ ଆୟୋଜକ ଜାପାନ, ନ୍ୟୁଜିଲ୍ୟାଣ୍ଡ୍ ଓ ମ୍ୟାଲେସିଆ ସହ ମ୍ୟାଚ୍ ଖେଳିବ। ସେହିପରି ମହିଳା ଟିମ୍ ଅଷ୍ଟ୍ରେଲିଆ, ଚୀନ୍ ଓ ଜାପାନ ବିପକ୍ଷରେ ମ୍ୟାଚ୍ ଖେଳିବ।

ଗସ୍ତ କରିବା ପୂର୍ବରୁ ଭାରତୀୟ ପୁରୁଷ ଟିମ୍ କ୍ୟାପଟେନ୍ ହରମନପ୍ରୀତ ସିଂହ କହିଛନ୍ତି, "ମୋ ମତରେ ଟୁର୍ଣ୍ଣାମେଣ୍ଟଟି ଯୁବ ଖେଳାଳିଙ୍କ ପାଇଁ ନିଶ୍ଚୟ ସୁଯୋଗ ହେବ, ଯେଉଁଥିରେ ସେମାନେ ନିଜର ପ୍ରତିଭାକୁ ଦେଖାଇ ପାରିବେ। ଯଦି ସେମାନେ ସେଠାରେ ଭଲ ପ୍ରଦର୍ଶନ କରନ୍ତି, ତାହେଲେ ଆଗାମୀ ଅଲିମ୍ପିକ୍ କ୍ୱାଲିଫାୟର ଚୟନ ପାଇଁ ସେମାନଙ୍କ ନାମ ବିଚାରକୁ ନିଆଯାଇପାରେ। ଏହାସହ ଟେଷ୍ଟ ଇଭେଣ୍ଟରେ ମଧ୍ୟ ଆମକୁ ଟୋକିଓର ପରିବେଶକୁ ବୁଝିବାର ସୁଯୋଗ ମିଳିବ, ଯେଉଁଠାରେ ଆସନ୍ତାବର୍ଷ ଅଲିମ୍ପିକ୍ ଆୟୋଜନ ହେବ।"

ଡିଫେଣ୍ଡର୍ ଡ୍ରାଗଫ୍ଲିକର୍ ହରମନପ୍ରୀତ ଆହୁରି କହିଛନ୍ତି, "ଆମେ ଅଲିମ୍ପିକ୍ କ୍ୱାଲିଫିକେସନକୁ ସକାରାତ୍ମକ ଆଭିମୁଖ୍ୟ ନେଇ ଯିବୁ। ଏହି ଭେନ୍ୟୁରେ ଖେଳିବା ଦ୍ୱାରା ଆମକୁ ସେଠାକାର ପରିବେଶକୁ ବୁଝିବାରେ ସହାୟତା ମିଳିବ ଏବଂ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ନେଇ ମଧ୍ୟ ଦୃଢ଼ ଆଶାୟୀ ଅଛୁ।"

ମହିଳା ଟିମ୍ କ୍ୟାପଟେନ୍ ରାନୀ କହିଛନ୍ତି, "ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଅଷ୍ଟ୍ରେଲିଆ ଭଳି ମଜଭୁତ୍ ଟିମକୁ ହରାଇବା ଆମର ମୂଳ ଲକ୍ଷ୍ୟ। ଗତ ବର୍ଷକ ମଧ୍ୟରେ ଆମେ ଜାପାନ ଓ ଚୀନ ବିପକ୍ଷରେ ଭଲ ପ୍ରଦର୍ଶନ କରିଆସିଛୁ। କିନ୍ତୁ ଅଷ୍ଟ୍ରେଲିଆ ଏକମାତ୍ର ଟିମ, ଯାହା ବିପକ୍ଷରେ ଆମେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛୁ। ସେମାନଙ୍କ ବିପକ୍ଷ ବିଜୟ ଦ୍ୱାରା ଆମକୁ ଅଲିମ୍ପିକ୍ କ୍ୱାଲିଫାୟର ପାଇଁ ଆମ ପ୍ରସ୍ତୁତି ଉପରେ ବଡ଼ ପ୍ରଭାବ ପକାଇବ।"

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାର ଦୁଇଜଣ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ନୀଲମ ସଞ୍ଜୀପ ଖେସ୍ ଓ ଆଶିଷ ଟପ୍ନୋ ଏବଂ ମହିଳା ଟିମରେ ଲିଲିମା ମିଞ୍ଜ ଏବଂ ଦୀପ ଗ୍ରେସ୍ ଏକ୍କା। ପୁରୁଷ ହକି ଟିମ୍ ତା'ର ପ୍ରଥମ ମ୍ୟାଚ୍ ମ୍ୟାଲେସିୟା ବିପକ୍ଷରେ ଖେଳିବ। ସେହିପରି ମହିଳା ଟିମ୍ ଅଗଷ୍ଟ ୧୭ ତାରିଖରେ ଆୟୋଜକ ଜାପାନକୁ ଭେଟିବ।

ଭାରତୀୟ ପୁରୁଷ ସ୍କ୍ୱାଡ୍: କ୍ରିଷନ୍ ବାହାଦୂର ପାଠକ, ସୂରଜ କେର୍କେରା, ଗୁରିନ୍ଦର ସିଂହ, ହରମନପ୍ରୀତ ସିଂହ (କ୍ୟାପଟେନ୍), କୋଥାଜିତ୍ ସିଂହ ଖାଦାଙ୍ଗବାମ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ଯଶକରନ୍ ସିଂହ, ମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ନୀଲମ ସଞ୍ଜୀପ ଖେସ୍, ଜର୍ମନପ୍ରୀତ ସିଂହ, ବରୁନ୍ କୁମାର, ଆଶିଷ ଟପ୍ନୋ, ଏସଭି ସୁନୀଲ, ଗୁରଜନ୍ତ ସିଂହ, ଶମଶେର ସିଂହ।

ଭାରତୀୟ ମହିଳା ସ୍କ୍ୱାଡ୍: ସବିତା (ଗୋଲକିପର, ଭାଇସ-କ୍ୟାପଟେନ୍), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋଖାର, ଗୁରଜିତ୍ କୌର୍, ସୁଶୀଲା ଚାନୁ, ସାଲିମା ଟେଟେ, ନିଶା, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ରାନୀ (କ୍ୟାପଟେନ), ନଭନୀତ୍ କୌର୍, ବନ୍ଦନା କାଟାରିୟା, ଲାଲରେମସିଆମି, ନଭଜୋତ୍ କୌର୍, ଶର୍ମିଲା ଦେବୀ।

Related story