ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ନ୍ୟୁଜିଲ୍ୟାଣ୍ଡଠାରୁ ହାରିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାଗ ନେଇଥିବା ଭାରତୀୟ ପୁରୁଷ ଡକି ଟିମ୍ ରବିବାର ନ୍ୟୁଜିଲ୍ୟାଣ୍ଡଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି। ଭାରତ ତା’ର ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୬-୦ ଗୋଲରେ ହରାଇଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଦ୍ୱିତୀୟ) ଗୋଟିଏ ଗୋଲ୍ ଦେଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଜ୍ୟାକବ୍ ସ୍ମିଥ୍ (୪୭ତମ) ଓ ସ୍ୟାମ୍ ଲେନ୍ (୬୦ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ମ୍ୟାଚର ଦ୍ୱିତୀୟ ମିନିଟରେ ଭାରତକୁ ପେନାଲ୍ଟି […]

mens-hockey

Ranjit Kumar Jena
  • Published: Sunday, 18 August 2019
  • , Updated: 18 August 2019, 07:47 PM IST

ଟୋକିଓ: ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାଗ ନେଇଥିବା ଭାରତୀୟ ପୁରୁଷ ଡକି ଟିମ୍ ରବିବାର ନ୍ୟୁଜିଲ୍ୟାଣ୍ଡଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି। ଭାରତ ତା'ର ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୬-୦ ଗୋଲରେ ହରାଇଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଦ୍ୱିତୀୟ) ଗୋଟିଏ ଗୋଲ୍ ଦେଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଜ୍ୟାକବ୍ ସ୍ମିଥ୍ (୪୭ତମ) ଓ ସ୍ୟାମ୍ ଲେନ୍ (୬୦ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ମ୍ୟାଚର ଦ୍ୱିତୀୟ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ହରମନପ୍ରୀତ ଗୋଲରେ ପରିଣତ କରି ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ। ଏହି ତୃତୀୟ କ୍ୱାର୍ଟର୍ ଯାଏ ଏହି ଅଗ୍ରଣୀ କାଏମ ରଖିଥିଲା। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ୍ ଦୁଇଟି ଗୋଲ୍ ଦେଇ ଭାରତଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା।

୪୭ତମ ମିନିଟରେ ସ୍ମିଥ୍ ଗୋଟିଏ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ। ମ୍ୟାଚର ଅନ୍ତିମ ମିନିଟରେ ଲେନ୍ ଚମତ୍କାର ଗୋଲ୍ କରି ନ୍ୟୁଜିଲ୍ୟାଣ୍ଡକୁ ୨-୧ ଗୋଲରେ ବିଜୟୀ କରାଇଥିଲେ। ମଙ୍ଗଳବାର ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଆୟୋଜକ ଜାପାନକୁ ଭେଟିବ।

Related story