ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମକୁ ପୁଣି ମିଳିଲା ଅନ୍ତର୍ଜାତୀୟ ଟି-ଟୋଣ୍ଟି ମ୍ୟାଚ୍। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି-ଟୋଣ୍ଟି ମ୍ୟାଚ୍ ବାରବାଟୀରେ ଖେଳାଯିବ। ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ନଭେମ୍ବରରେ ହେବାକୁ ଥିବା ଟି-ଟୋଣ୍ଟି ମ୍ୟାଚର ଆୟୋଜନକୁ ନେଇ ଅକ୍ଷମତା ପ୍ରକାଶ କରିଥିଲା ଓସିଏ। ଏହି ସମୟରେ ବାଲିଯାତ୍ରା ଚାଲୁଥିବାରୁ ମ୍ୟାଚ୍ ଆୟୋଜନ ସମ୍ଭବ ନୁହେଁ ବୋଲି ଓସିଏ ବିସିସିଆଇକୁ ଜଣାଇଥିଲା। ଏହା ବଦଳରେ ବାରବାଟୀକୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଆୟୋଜନର ସୁଯୋଗ ମିଳିଛି।