ୱେଷ୍ଟଇଣ୍ଡିଜରେ ରହିବେ ନଭଦୀପ ସାଇନି

ନୂଆଦିଲ୍ଲୀ: ପେସର ନଭଦୀପ ସାଇନି ନିଜର ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେଉଁ କାରଣରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ପେସ୍ ବୋଲରଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ନେଟ୍ ବୋଲର୍ ଭାବେ ଟିମ୍ ସହ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ସାଇନି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫ୍ଲୋରିଡାରେ ଟି-୨୦ କ୍ରିକେଟ୍ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ନିଜର ପ୍ରଥମ ମ୍ୟାଚରେ […]

saini

Ranjit Kumar Jena
  • Published: Monday, 19 August 2019
  • , Updated: 19 August 2019, 06:12 PM IST

ନୂଆଦିଲ୍ଲୀ: ପେସର ନଭଦୀପ ସାଇନି ନିଜର ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେଉଁ କାରଣରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ପେସ୍ ବୋଲରଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ନେଟ୍ ବୋଲର୍ ଭାବେ ଟିମ୍ ସହ ରଖିବା ପାଇଁ ନିଷ୍ପତ୍ତି ନେଇଛି।

ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ସାଇନି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫ୍ଲୋରିଡାରେ ଟି-୨୦ କ୍ରିକେଟ୍ ଜରିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ନିଜର ପ୍ରଥମ ମ୍ୟାଚରେ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସାଇନି ଏହା ପୂର୍ବରୁ ଇଂଲଣ୍ଡରେ ଭାରତୀୟ ଟିମ୍ ସହ ନେଟ୍ ବୋଲର ଏବଂ ଆଇସିସି ବିଶ୍ୱକପ୍ ବେଳେ ଭୁବନେଶ୍ୱର କୁମାରଙ୍କ କଭର୍ ଭାବେ ଟିମ୍ ସହ ଯୋଗ ଦେଇଥିଲେ।

ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଟେଷ୍ଟ ସିରିଜ୍ ପାଇଁ ଟିମ୍ ମ୍ୟାନେଜମେଣ୍ଟ ସାଇନିଙ୍କୁ ଟିମ୍ ସହ ରଖିବାକୁ କହିଛି। ସେ କେବଳ ନେଟ୍ ବୋଲର ଭାବେ ଟିମ୍ ସହ ରହିବେ। ମ୍ୟାନେଜମେଣ୍ଟ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ଟେଷ୍ଟ ଫର୍ମାଟ୍ ପାଇଁ ପ୍ରସ୍ତୁତ କରିବାକୁ ଚାହେଁ। ସାଇନି କିଛି ବର୍ଷ ହେବ ପ୍ରଥମଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତାଙ୍କ ପାଖରେ ପେସ୍ ଅଛି ଏବଂ ବଲକୁ ସୁଇଂ କରିବାର ଦକ୍ଷତା ମଧ୍ୟ ରହିଛି। ଯଦି ତାଙ୍କୁ ଭଲ ଭାବେ ପ୍ରସ୍ତୁତ କରାଯିବ, ତାହେଲେ ସେ ଭାରତର ଶୀର୍ଷ ପେସ୍ ବୋଲର ହୋଇପାରିବେ। ଟିମ୍ ମ୍ୟାନେଜମେଣ୍ଟ ବର୍ତ୍ତମାନ ସାଇନିଙ୍କୁ ନେଇ ଏହି ଯୋଜନା କରୁଛି।"

୨୬ ବର୍ଷୀୟ ସାଇନି ୱେଷ୍ଟଇଣ୍ଡିଜ୍-ଏ' ବିପକ୍ଷ ଅଭ୍ୟାସ ମ୍ୟାଚରେ ୬ ଓଭର ବୋଲିଂ କରିଥିଲେ, ଯଦ୍ଦ୍ୱାରା ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଏବଂ ଉମେଶ ଯାଦବଙ୍କୁ ବିଶ୍ରାମ ମିଳିପାରିବ। ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ପ୍ରଥମ ଇନିଂସରେ ବୋଲିଂ କରିଥିଲେ।

Related story