ମହିଳା ହକି ବିଶ୍ୱକପ ପାଇଁ ନୂତନ ରଣକୌଶଳ: ଟ୍ରଫି ହାତେଇବା ଲକ୍ଷ୍ୟରେ ସୁନୀତାଙ୍କ ସହ ୫ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୨୧ରୁ ଇଂଲଣ୍ଡ ଠାରେ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ୍ ହକି। ଏଥିପାଇଁ ଭରାତୀୟ ଦଳରେ ରହିଛନ୍ତି ସୁନୀତା ଲାକ୍ରାଙ୍କ ସହ ୫ଜଣ ଖେଳାଳି। ଗତ ୨ଟି ମହିଳା ବିଶ୍ୱକପ ମିସ୍ କରିବା ପରେ ୨୦୧୮ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ।ଡିଫେନ୍ସ ହେଉ ଅବା ଫରଓ୍ୱାର୍ଡ, ଯେଉଁଥିରେ ଭାରତୀୟ ମହିଳା ହକି ଦଳର କମି ରହିଛି ତା ଉପରେ ଦିଆଯିବ ଗୁରୁତ୍ୱ। ଏଥିପାଇଁ କରାଯିବ କଠିନ ପରିଶ୍ରମ। ଆସନ୍ତା […]

women's hockey

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 08:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୨୧ରୁ ଇଂଲଣ୍ଡ ଠାରେ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ୍ ହକି। ଏଥିପାଇଁ ଭରାତୀୟ ଦଳରେ ରହିଛନ୍ତି ସୁନୀତା ଲାକ୍ରାଙ୍କ ସହ ୫ଜଣ ଖେଳାଳି। ଗତ ୨ଟି ମହିଳା ବିଶ୍ୱକପ ମିସ୍ କରିବା ପରେ ୨୦୧୮ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ।ଡିଫେନ୍ସ ହେଉ ଅବା ଫରଓ୍ୱାର୍ଡ, ଯେଉଁଥିରେ ଭାରତୀୟ ମହିଳା ହକି ଦଳର କମି ରହିଛି ତା ଉପରେ ଦିଆଯିବ ଗୁରୁତ୍ୱ। ଏଥିପାଇଁ କରାଯିବ କଠିନ ପରିଶ୍ରମ। ଆସନ୍ତା ଜୁଲାଇ ୨୧ରୁ ମହିଳା ବିଶ୍ୱକପ୍ ହକି ଆରମ୍ଭ ହେବାକୁ ଯାଉଥିବାବେଳେ, ନିଜ ଟିମକୁ କିଭଳି ସୁଦୃଢ କରାଯିବ, ସନେଇ ପ୍ରତିକ୍ରିୟାରେ କହିଛନ୍ତି ସୁନୀତା ଲାକ୍ରା।

ସୁନୀତାଙ୍କ ଅଧିନାୟିକତ୍ୱରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ରନର୍ସ ଅପ ହୋଇଥିଲା। ତେଣୁ  ବିଶ୍ୱକପ ପାଇଁ ଦଳରେ ସୁନୀତାଙ୍କ ସହ ଆହୁରି ୪ଜଣ ଓଡ଼ିଆ ଖେଳାଳି ଥିବାରୁ ଫ୍ରିଲ୍ଡରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଏହାସହ ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ପାଇଁ ମଧ୍ୟ ଭାରତୀୟ ଦଳକୁ ସପୋର୍ଟ କରିବାକୁ ସୁନୀତା ନିବେଦନ କରିଛନ୍ତି।

ଜୁଲାଇ ୨୧ରୁ ଲଣ୍ଡନରେ ଅନୁଷ୍ଠିତ ହେବ ମହିଳା ବିଶ୍ୱକପ ହକି। ଅଗଷ୍ଟ ୫ତାରିଖରେ ଶେଷ ହେବ ଏହି ବିଶ୍ୱକପ। ଗତ ୨ଟି ମହିଳା ବିଶ୍ୱକପ ମିସ କରିବା ପରେ ୨୦୧୮ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଏହା ପରେ ପରେ ଅଗଷ୍ଟ ୧୮ତାରିଖରୁ ଆରମ୍ଭ ହେବ ଏସିଆନ୍ ଗେମ୍ସ।  ଦୁଇ ଦୁଇଟି ମେଗା ସ୍ପୋର୍ଟସ ଇଭେଣ୍ଟରେ ଭାରତ ଯେପରି ଭଳ ପ୍ରଦର୍ଶନ କରିବ ସେନେଇ ଜୋରଦାର ଅଭ୍ୟାସ ଚାଲିଛି।

 

 

 

 

Related story