ଫିଫାର ୫୭ତମ ରାଙ୍କରେ ପହଞ୍ଚିଲା ଭାରତୀୟ ମହିଳା ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ଟିମ୍‌ ୬ଟି ସ୍ଥାନ ଉପରକୁ ଉଠି ଫିଫା ରାଙ୍କିଙ୍ଗର ୫୭ତମ ସ୍ଥାନରେ ପହଞ୍ଚିଛି। ଗତ କିଛି ମାସ ହେଲା ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରୁଥିବାରୁ ଏଭଳି ଫାଇଦା ମିଳିଛି। ସେହିପରି ଏସିଆ ମହାଦେଶର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ୧୧ତମ ସ୍ଥାନରେ ରହିଛି। ଦଳ ପାଖରେ ଏବେ ୧୪୨୨ ପଏଣ୍ଟ ରହିଛି। ମାର୍ଚ୍ଚ ୨୯ରେ ରିଲିଜ୍‌ ହୋଇଥିବା ରାଙ୍କିଙ୍ଗରେ ଭାରତ ପାଖରେ ୧୩୯୨ ପଏଣ୍ଟ ରହିଥିଲା। ଜାନୁଆରୀ ମାସରୁ […]

swqa

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 06:59 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ଟିମ୍‌ ୬ଟି ସ୍ଥାନ ଉପରକୁ ଉଠି ଫିଫା ରାଙ୍କିଙ୍ଗର ୫୭ତମ ସ୍ଥାନରେ ପହଞ୍ଚିଛି। ଗତ କିଛି ମାସ ହେଲା ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରୁଥିବାରୁ ଏଭଳି ଫାଇଦା ମିଳିଛି। ସେହିପରି ଏସିଆ ମହାଦେଶର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ୧୧ତମ ସ୍ଥାନରେ ରହିଛି।
ଦଳ ପାଖରେ ଏବେ ୧୪୨୨ ପଏଣ୍ଟ ରହିଛି। ମାର୍ଚ୍ଚ ୨୯ରେ ରିଲିଜ୍‌ ହୋଇଥିବା ରାଙ୍କିଙ୍ଗରେ ଭାରତ ପାଖରେ ୧୩୯୨ ପଏଣ୍ଟ ରହିଥିଲା। ଜାନୁଆରୀ ମାସରୁ ଭାରତୀୟ ମହିଳା ଦଳ ୧୮ଟି ମ୍ୟାଚ୍‌ରୁ ୧୨ଟିରେ ବାଜିମାତ କରିଛି। ସେହିପରି ୫ଟି ମ୍ୟାଚ୍ ହାରିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିବାରେ ସକ୍ଷମ ହୋଇଛି।

Related story