ପୁରୁଷ ପରେ ମହିଳା ହକି ଟିମ୍ ବି ଜିତିଲା ଟାଇଟଲ୍

ଟୋକିଓ: ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ଜିତିଛନ୍ତି। ଭାରତୀୟ ପୁରୁଷ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହରାଇଥିବା ବେଳେ ମହିଳା ଦଳ ୨-୧ ଗୋଲରେ ଆୟୋଜକ ଜାପାନକୁ ହରାଇ ଚାମ୍ପିୟନ୍ ହୋଇଛି। ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମହିଳା ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପକ୍ଷରୁ ନଭଜୋତ୍ କୌର୍ (୧୧ତମ) ଓ ଲାଲରେମସିଆମି (୩୩ତମ) ଗୋଲ୍ ଦେଇଥିବା ବେଳେ ଜାପାନ ପକ୍ଷରୁ ମିନାନି ଶିମିଜୁ (୧୨ତମ) […]

women

Ranjit Kumar Jena
  • Published: Wednesday, 21 August 2019
  • , Updated: 21 August 2019, 06:32 PM IST

ଟୋକିଓ: ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ଜିତିଛନ୍ତି। ଭାରତୀୟ ପୁରୁଷ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହରାଇଥିବା ବେଳେ ମହିଳା ଦଳ ୨-୧ ଗୋଲରେ ଆୟୋଜକ ଜାପାନକୁ ହରାଇ ଚାମ୍ପିୟନ୍ ହୋଇଛି।

ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମହିଳା ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପକ୍ଷରୁ ନଭଜୋତ୍ କୌର୍ (୧୧ତମ) ଓ ଲାଲରେମସିଆମି (୩୩ତମ) ଗୋଲ୍ ଦେଇଥିବା ବେଳେ ଜାପାନ ପକ୍ଷରୁ ମିନାନି ଶିମିଜୁ (୧୨ତମ) ଗୋଟିଏ ଗୋଲ୍ ସ୍କୋର କରିଥିଲେ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ହିଁ ଭାରତକୁ ସଫଳତା ମିଳିଥିଲା। ଏକାଦଶ ମିନିଟରେ ନଭଜୋତ୍ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ପରବର୍ତ୍ତୀ ମିନିଟରେ ଜାପାନ ଗୋଲ୍ ପରିଶୋଧ କରିବାରେ ସଫଳ ହୋଇଥିଲେ। ଜାପାନ ପକ୍ଷରୁ ଶିମିଜୁ ଏହି ଗୋଲଟି ଦେଇଥିଲେ। ଏହିପରି ଭାବେ ପ୍ରଥମ କ୍ୱାର୍ଟର୍ ୧-୧ରେ ବରାବର ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ।

ତୃତୀୟ କ୍ୱାର୍ଟରରେ ଲାଲରେମଶିଆମି ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ୍ ବିଜୟସୂଚକ ଗୋଲ୍ ଦେଇଥିଲେ। ସେ ୩୩ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ। ଏହା ପରେ ମ୍ୟାଚର ବାକି ସମୟରେ କୌଣସି ଗୋଲ୍ ହୋଇନଥିଲା। ଏଥିସହ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ମ୍ୟାଚକୁ ଜିତି ନେଇଥିଲା।

ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ମ୍ୟାଚରେ ଜାପାନକୁ ୨-୧ ଗୋଲରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ୨-୨ରେ ଡ୍ର' କରିଥିଲା। ତେବେ ଚୀନ୍ ବିପକ୍ଷ ତୃତୀୟ ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା।

Related story