ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଫାଇନାଲରେ ଭାରତୀୟ ମହିଳା ଟିମ୍

ଟୋକିଓ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ମହିଳା ହକି ଟିମ୍ ମଙ୍ଗଳବାର ଏଠାରେ ଚୀନ ବିପକ୍ଷ ମ୍ୟାଚ୍ ଗୋଲଶୂନ୍ୟ ରଖି ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ତିନୋଟି ମ୍ୟାଚରୁ ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ବୁଧବାର ଫାଇନାଲରେ ଭାରତର ସାମ୍ନା ବିଶ୍ୱର ୧୪ ନମ୍ବର ଟିମ୍ ଜାପାନ ସହ ହେବ। ଭାରତୀୟ ଟିମ୍ ପ୍ରଥମ କ୍ୱାର୍ଟରରେ ଭଲ ଲୟରେ ଥିଲା ଏବଂ ସେମାନେ କ୍ରମାଗତ ଭାବେ […]

women-hockey

Ranjit Kumar Jena
  • Published: Tuesday, 20 August 2019
  • , Updated: 20 August 2019, 08:12 PM IST

ଟୋକିଓ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ମହିଳା ହକି ଟିମ୍ ମଙ୍ଗଳବାର ଏଠାରେ ଚୀନ ବିପକ୍ଷ ମ୍ୟାଚ୍ ଗୋଲଶୂନ୍ୟ ରଖି ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ତିନୋଟି ମ୍ୟାଚରୁ ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ବୁଧବାର ଫାଇନାଲରେ ଭାରତର ସାମ୍ନା ବିଶ୍ୱର ୧୪ ନମ୍ବର ଟିମ୍ ଜାପାନ ସହ ହେବ।

ଭାରତୀୟ ଟିମ୍ ପ୍ରଥମ କ୍ୱାର୍ଟରରେ ଭଲ ଲୟରେ ଥିଲା ଏବଂ ସେମାନେ କ୍ରମାଗତ ଭାବେ ଚୀନର ଡିଫେନ୍ସ ଉପରେ ଚାପ ପକାଇଥିଲା। ବିଶ୍ୱର ୧୦ ନମ୍ବର ଭାରତୀୟ ଟିମ୍ ଅଷ୍ଟମ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିଲା, କିନ୍ତୁ ଗୁରଜିତ୍ କୌର୍ ଏହାକୁ ଗୋଲରେ ପରିଣତ କରିପାରିନଥିଲେ।

ଭାରତ ଦ୍ୱିତୀୟ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା ଏବଂ ୧୭ତମ ମିନିଟରେ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। ତେବେ ଗୁରଜିତଙ୍କ ପ୍ରୟାସକୁ ଚୀନ ଗୋଲକିପର ଡଙ୍ଗସିଆଓ ଲି ପୁଣିଥରେ ବିଫଳ କରିଥିଲେ।

ଫାଇନାଲରେ ପହଞ୍ଚିବା ପାଇଁ ଚୀନକୁ କେବଳ ବିଜୟର ଆବଶ୍ୟକ ହେଉଥିଲା, କିନ୍ତୁ ଭାରତୀୟ ଡିଫେନ୍ସ ସେମାନଙ୍କର ପ୍ରତିଟି ଆକ୍ରମଣକୁ ଅସଫଳ କରିଥିଲେ। ଏହା ପୂର୍ବରୁ ଭାରତ ତା'ର ପ୍ରଥମ ମ୍ୟାଚରେ ଜାପାନକୁ ୨-୧ ଗୋଲରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ୨-୨ରେ ଡ୍ର' କରିଥିଲା।

Related story