ଏସିଆନ୍‌ ଗେମସ୍‌କୁ ପ୍ରମୋଟ୍‌ କରିବାକୁ ନାଚିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍ବାଗ୍‌ରେ ଅନୁଷ୍ଠିତ ହେବ ଏସିଆନ୍‌ ଗେମସ୍‌ ୨୦୧୮। ଅଗଷ୍ଟ ୧୮ ତାରିଖରୁ ଏହା ଆରମ୍ଭ ହେବ ଓ ସେପ୍ଟେମ୍ବର ୨ରେ ଶେଷ ହେବ। ଏହାର ପ୍ରଚାର, ପ୍ରସାର ପାଇଁ ପ୍ରାୟ ୬୫,୦୦୦ ଲୋକଙ୍କ ସହ ପାରମ୍ପାରିକ ‘ପୋକୋ ପୋକୋ’ ନୃତ୍ୟରେ ନାଚିଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ। ରାଷ୍ଟ୍ରପତିଙ୍କର ଅନୁଭବ କରିଥିଲେ ଯେ ଏହି ମେଗା ଇଭେଣ୍ଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ନାହିଁ। ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା […]

indonesia

Ordigital Desk
  • Published: Monday, 06 August 2018
  • , Updated: 06 August 2018, 10:31 AM IST

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍ବାଗ୍‌ରେ ଅନୁଷ୍ଠିତ ହେବ ଏସିଆନ୍‌ ଗେମସ୍‌ ୨୦୧୮। ଅଗଷ୍ଟ ୧୮ ତାରିଖରୁ ଏହା ଆରମ୍ଭ ହେବ ଓ ସେପ୍ଟେମ୍ବର ୨ରେ ଶେଷ ହେବ। ଏହାର ପ୍ରଚାର, ପ୍ରସାର ପାଇଁ ପ୍ରାୟ ୬୫,୦୦୦ ଲୋକଙ୍କ ସହ ପାରମ୍ପାରିକ ‘ପୋକୋ ପୋକୋ’ ନୃତ୍ୟରେ ନାଚିଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ।

ରାଷ୍ଟ୍ରପତିଙ୍କର ଅନୁଭବ କରିଥିଲେ ଯେ ଏହି ମେଗା ଇଭେଣ୍ଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ନାହିଁ। ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ସେ ପାରମ୍ପରିକ ନାଚକୁ ମାଧ୍ୟମ କରିଥିଲେ।

ଦେଶର ଜାତୀୟ ପତାକା ପରି ଲାଲ ଓ ଧଳା ରଙ୍ଗର ପୋଷାକ ପିନ୍ଧି ୱିଡୋଡୋ ପତ୍ନୀ ଇରିୟାନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନୃତ୍ୟ କରିଥିଲେ।

Related story