ଘାଇଲା କରୁଛି ଇଞ୍ଜ୍ୟୁରୀ ଚ୍ୟାଲେଞ୍ଜ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଶାମୀ ପରେ ଉମେଶ, ରାହୁଲ ଏବଂ ଜାଡେଜା। ଆଉ ତାଲିକାରେ ନଗଦ ସାମିଲ୍ ହୋଇଛନ୍ତି ଯଶପ୍ରୀତ ବୁମ୍ରା। ପୁଣି ସନ୍ଦେହର ଅଛି ବିହାରୀ ଓ ଅଶ୍ୱିନଙ୍କ ଫିଟନେସ୍। ସେପଟେ ଗସ୍ତ ଆରମ୍ଭରୁ ଦଳଠାରୁ ଦୂରେଇ ରହିଛନ୍ତି ଈଶାନ୍ତ ଶର୍ମା ତ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରିଛନ୍ତି କ୍ୟାପଟେନ୍ କୋହଲି। ସିରିଜ୍ ସାରା ଆଘାତ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭ୍ରମଣକାରୀ ଭାରତକୁ କଙ୍ଗାରୁ ମାଟିରେ ଘାଇଲା କଲାଣି ଖେଳାଳିଙ୍କ ଇଞ୍ଜ୍ୟୁରୀ […]

cricket

Jitendra Garnayak
  • Published: Tuesday, 12 January 2021
  • , Updated: 12 January 2021, 02:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଶାମୀ ପରେ ଉମେଶ, ରାହୁଲ ଏବଂ ଜାଡେଜା। ଆଉ ତାଲିକାରେ ନଗଦ ସାମିଲ୍ ହୋଇଛନ୍ତି ଯଶପ୍ରୀତ ବୁମ୍ରା। ପୁଣି ସନ୍ଦେହର ଅଛି ବିହାରୀ ଓ ଅଶ୍ୱିନଙ୍କ ଫିଟନେସ୍। ସେପଟେ ଗସ୍ତ ଆରମ୍ଭରୁ ଦଳଠାରୁ ଦୂରେଇ ରହିଛନ୍ତି ଈଶାନ୍ତ ଶର୍ମା ତ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରିଛନ୍ତି କ୍ୟାପଟେନ୍ କୋହଲି। ସିରିଜ୍ ସାରା ଆଘାତ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭ୍ରମଣକାରୀ ଭାରତକୁ କଙ୍ଗାରୁ ମାଟିରେ ଘାଇଲା କଲାଣି ଖେଳାଳିଙ୍କ ଇଞ୍ଜ୍ୟୁରୀ ଚ୍ୟାଲେଞ୍ଜ୍।

ସିଡନୀ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍ ଡ୍ର ରଖିଥିବା ଭ୍ରମଣକାରୀ ଟିମ୍ ଇଣ୍ଡିଆକୁ ମଙ୍ଗଳବାର ଲାଗିଛି ପୁଣି ଶକ୍ତ ଝଟକା। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ କୁହାଯାଉଥିବା ବ୍ରିସବେନ୍ ଟେଷ୍ଟରୁ ଆଘାତ ଯୋଗୁ ବାଦ୍ ପଡ଼ିଛନ୍ତି ଭ୍ରମଣକାରୀ ଦଳର ପ୍ରମୁଖ ଅସ୍ତ୍ର, ପାଷ୍ଟ୍ ବୋଲର୍ ଯଶପ୍ରୀତ୍ ବ୍ରୁମ୍ରା। ଏହି ମୁମ୍ବାଇ ଏକ୍ସପ୍ରେସଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିବାବେଳେ ବୁମ୍ରାଙ୍କ ଅନୁପସ୍ଥିତି ବ୍ରିସେବନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି। ବୁମ୍ରାଙ୍କ ଆଘାତ ପରେ ନବାଗତ ମହମ୍ମଦ ସିରାଜ୍, ନବଦୀପ ସୈନି ଓ ଆଦୌ ଟେଷ୍ଟ ଖେଳି ନଥିବା ଟି. ନଟରାଜନଙ୍କ ଭଳି ଅନଭିଜ୍ଞଙ୍କ କାନ୍ଧରେ ପଡ଼ିବ ଦଳୀୟ ଦ୍ରୁତ ଆକ୍ରମଣର ମଙ୍ଗ। ଏତିକିରେ ଚିନ୍ତା ସରିନାହିଁ। ସିଡନୀରେ ଆଘାତ ସତ୍ତ୍ୱେ ଲଢ଼ୁଆ ବ୍ୟାଟିଂ କରି ସାବାସି ପାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ ବି ଶତପ୍ରତିଶତ ଫିଟ୍ ନାହାନ୍ତି। ମିଡିଲ୍ ଅର୍ଡର ସଂକଟମୋଚକ ବିହାରୀଙ୍କୁ ହାମଷ୍ଟ୍ରିଙ୍ଗ୍ ଓ ବୋଲିଂ ଟ୍ରମ୍ପ କାର୍ଡ ଅଶ୍ୱିନଙ୍କୁ ଲାଗିଛି ବ୍ୟାକ୍ ଇଞ୍ଜ୍ୟୁରୀ। ଜା଼ଡେଜାଙ୍କ ପରେ ଅଶ୍ୱିନ ବ୍ରିସବେନର ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଲେ, ଚାଇନାମ୍ୟାନ୍ କୁଲଦୀପ ଯାଦବ ଅବା ଅଫବ୍ରେକର୍ ୱାଶିଂଟନ ସୁନ୍ଦର ଦଳକୁ ଆସିବେ ଆଉ ନିର୍ଣ୍ଣାୟକ ଟେଷ୍ଟରେ ସଂପୂର୍ଣ୍ଣ ଅନଭିଜ୍ଞ ଓ ଯୁବ ବୋଲିଂ ବାହିନୀକୁ ନେଇ ଖେଳିବା ବ୍ୟତୀତ ଟିମ୍ ଇଣ୍ଡିଆ ପାଖରେ ଆଉ କିଛି ବି ବିକଳ୍ପ ନାହିଁ। ଏବେ ସିରିଜ ୧-୧ରେ ବରାବର ଥିବାବେଳେ ବ୍ରିସବେନର ସିରିଜ୍ ଡିସାଇଡର୍ ପୂର୍ବରୁ ଜଣେ ପରେ ଅନ୍ୟ ଜଣଙ୍କ ଆଘାତ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି।

Related story