ଗାଙ୍ଗୁଲିଙ୍କ ପ୍ରସ୍ତାବକୁ ଅଷ୍ଟ୍ରେଲିଆର ସମର୍ଥନ

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍‌’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ […]

ganguly

Ranjit Kumar Jena
  • Published: Friday, 27 December 2019
  • , Updated: 27 December 2019, 06:28 PM IST

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ 'ସୁପର୍ ସିରିଜ୍‌' ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି।

ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଥିଲା, ଏହି ମାମଲା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ।

ସେହିପରି ଅଷ୍ଟ୍ରେଲିଆର ରବର୍ଟ୍ସ କହିଛନ୍ତି, "ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କର ଏହା ଏକ ଉନ୍ନତ ବିଚାର। ତାଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳରେ କୋଲକାତାରେ ଦିବାରାତ୍ର ଟେଷ୍ଟ ଆୟୋଜନ ହେଲା ଏବଂ ଫଳାଫଳ ଜବରଦସ୍ତ ରହିଲା। ଏବେ ସୁପର୍ ସିରିଜ୍ ପ୍ରସ୍ତାବ ମଧ୍ୟ ଭଲ ରହିଛି। ଆସନ୍ତାମାସରେ ଭାରତ ଓ ବାଂଲାଦେଶ ଗସ୍ତ ସମୟରେ ଆମେ ପରବର୍ତ୍ତୀ କ୍ରିକେଟ୍ କ୍ୟାଲେଣ୍ଡର ଉପରେ ଆଲୋଚନା କରିବୁ।"

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କର ଏହି ଟୁର୍ଣ୍ଣାମେଣ୍ଟ ବିଚାରକୁ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ରଶିଦ୍ ଲତିଫ୍ ଫ୍ଲପ୍ ବୋଲି କହିଥିଲେ। କିନ୍ତୁ ଏବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ସମର୍ଥନ ଦ୍ୱାରା ଲତିଫ ଏହାର ଜବାବ ମିଳିଯାଇଛି।

Related story