ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜାମାମ୍

କରାଚୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନର ପ୍ରଭାବ ତା’ର ଚିଫ୍ ସିଲେକ୍ଟର୍ସ ଇଞ୍ଜାମାମ୍-ଉଲ୍-ହକଙ୍କ ଉପରେ ପଡ଼ିଛି। ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇଞ୍ଜାମାମ୍ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଇଞ୍ଜାମାମଙ୍କ ଚୁକ୍ତି ୩୦ ଜୁଲାଇ, ୨୦୧୯ରେ ଶେଷ ହେବ। ଇଞ୍ଜାମାମ୍ ପ୍ରେସ କନଫରେନ୍ସରେ କହିଛନ୍ତି, “ଏବେ ଇସ୍ତଫା ଦେବାର ସମୟ ଆସିଯାଇଛି। ମୁଁ ମୋ କାର୍ଯ୍ୟକାଳ ପୂରଣ କରିବି, ଯାହା ୩୦ ଜୁଲାଇରେ ଶେଷ ହେବ। ପାକିସ୍ତାନ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ହାସଲ […]

inzamam

Hemant Lenka
  • Published: Wednesday, 17 July 2019
  • , Updated: 17 July 2019, 04:49 PM IST

କରାଚୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନର ପ୍ରଭାବ ତା'ର ଚିଫ୍ ସିଲେକ୍ଟର୍ସ ଇଞ୍ଜାମାମ୍-ଉଲ୍-ହକଙ୍କ ଉପରେ ପଡ଼ିଛି। ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇଞ୍ଜାମାମ୍ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଇଞ୍ଜାମାମଙ୍କ ଚୁକ୍ତି ୩୦ ଜୁଲାଇ, ୨୦୧୯ରେ ଶେଷ ହେବ। ଇଞ୍ଜାମାମ୍ ପ୍ରେସ କନଫରେନ୍ସରେ କହିଛନ୍ତି, "ଏବେ ଇସ୍ତଫା ଦେବାର ସମୟ ଆସିଯାଇଛି। ମୁଁ ମୋ କାର୍ଯ୍ୟକାଳ ପୂରଣ କରିବି, ଯାହା ୩୦ ଜୁଲାଇରେ ଶେଷ ହେବ।

ପାକିସ୍ତାନ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲା। ଏହା ଉପରେ ବିଶ୍ଳେଷଣ କରି ଇଞ୍ଜାମାମ୍ କହିଛନ୍ତି, "କ୍ରିକେଟ୍ ମୋର ସବୁକିଛି, କିନ୍ତୁ ମୁଁ ଚୟନ ପ୍ରକ୍ରିୟାର ଭାଗୀଦାର ହେବାକୁ ଚାହୁଁନାହିଁ। ଦୁର୍ଭାଗ୍ୟବଶତଃ, ଆମେ ଉଦଘାଟନୀ ମ୍ୟାଚ୍ ହାରିଯାଇଥିଲୁ ଏବଂ ପରେ ବାକି ମୁକାବିଲାରେ ରନ୍ ରେଟ୍ ବଢ଼ାଇବା କଷ୍ଟକର ହୋଇପଡ଼ିଥିଲା।"

ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଇଞ୍ଜାମାମ ନିଜ କାର୍ଯ୍ୟକାଳକୁ ଆଉ ବର୍ଷେ ବଢ଼ାଇବା ପାଇଁ ଆଗ୍ରହ ଦେଖାଇଥିଲେ, କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ନୂଆ ଚୟନକମିଟି କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଓପ୍ନର ମୋହସିନ୍ ହାସନ୍ ଖାନ୍ ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଆଗରେ ଅଛନ୍ତି। ସେ ପୂର୍ବରୁ ମଧ୍ୟ ଏଭଳି ପଦରେ କାମ କରି ଭଲ ଫଳାଫଳ ଦେଇସାରିଛନ୍ତି। ସେ ଜାତୀୟ ଟିମର ଅନ୍ତରୀଣ କୋଚ୍ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି।

ବିଶ୍ୱକପ୍ ସେମିଫାଇନାଲରେ ନପହଞ୍ଚିବାରୁ ଇଞ୍ଜାମାମଙ୍କୁ ଚୟନକମିଟିରୁ ହଟାଯାଇଛି। ପାକିସ୍ତାନ ଟିମ୍ ଓପ୍ନର ଇମାମ୍-ଉଲ୍-ହକ୍ ଇଂଲଣ୍ଡରୁ ଫେରିବା ପରେ ଲାହୋରରେ ଆୟୋଜିତ ପ୍ରେସ କନଫରେନ୍ସରେ ନିଜ ମାମୁଁ ଇଞ୍ଜାମାମଙ୍କୁ ସମର୍ଥନ କରିଥିଲେ। ଇମାମ୍ କହିଥିଲେ, "ମୁଖ୍ୟ ଚୟନକର୍ତ୍ତା ଏକାକୀ ଟିମର ପ୍ରଥମ ୫ଟି ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଦାୟୀ ହୋଇପାରିବେ ନାହିଁ। ଚୟନ କମିଟିରେ ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି ଏବଂ ଇଞ୍ଜାମାମ୍ କ୍ୟାପଟେନ୍ ଓ କୋଚଙ୍କ ପରାମର୍ଶ ପରେ ଖେଳାଳିଙ୍କ ଚୟନ କରିଥିଲେ।"

Related story