ଜାନୁଆରୀରେ ନିଲାମ ହେବେ ଆଇପିଏଲ୍‌ ଖେଳାଳି

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ପାଇଁ ନିଲାମ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୭ ଓ ୨୮ ତାରିଖରେ ବେଙ୍ଗାଲୁରୁରେ ଖେଳାଳି ନିଲାମ ହେବେ। ଏଥିରେ ନିଲାମୀ ବଜେଟ୍‌କୁ ମଧ୍ୟ ବଢ଼ାଇ ଦିଆଯାଇଛି। ଚଳିତବର୍ଷ ୬୬ କୋଟି ଟଙ୍କାର ନିଲାମ ବଜେଟ୍‌ ରଖାଯାଇଥିବା ବେଳେ ୨୦୧୮ ପାଇଁ ଏହାକୁ ବଢ଼େଇ ୮୦ କୋଟି ଟଙ୍କା କରିଦିଆଯାଇଛି। ଫେରିବ ଚେନ୍ନାଇ ସୁପର କିଙ୍ଗସ୍‌ ୨୦୧୮ ଆଇପିଏଲ୍‌କୁ ଚେନ୍ନାଇ ସୁପର କିଙ୍ଗସ୍‌ ଫେରିବା ଏକ ପ୍ରକାର ନିଶ୍ଚିତ। ଚେନ୍ନାଇ […]

ipl

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 11:09 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ପାଇଁ ନିଲାମ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୭ ଓ ୨୮ ତାରିଖରେ ବେଙ୍ଗାଲୁରୁରେ ଖେଳାଳି ନିଲାମ ହେବେ। ଏଥିରେ ନିଲାମୀ ବଜେଟ୍‌କୁ ମଧ୍ୟ ବଢ଼ାଇ ଦିଆଯାଇଛି। ଚଳିତବର୍ଷ ୬୬ କୋଟି ଟଙ୍କାର ନିଲାମ ବଜେଟ୍‌ ରଖାଯାଇଥିବା ବେଳେ ୨୦୧୮ ପାଇଁ ଏହାକୁ ବଢ଼େଇ ୮୦ କୋଟି ଟଙ୍କା କରିଦିଆଯାଇଛି।

ଫେରିବ ଚେନ୍ନାଇ ସୁପର କିଙ୍ଗସ୍‌

୨୦୧୮ ଆଇପିଏଲ୍‌କୁ ଚେନ୍ନାଇ ସୁପର କିଙ୍ଗସ୍‌ ଫେରିବା ଏକ ପ୍ରକାର ନିଶ୍ଚିତ। ଚେନ୍ନାଇ ଫେରିବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ଦଳର ସଦସ୍ୟ ହେବେ। ଏ ନେଇ ଆଇପିଏଲ୍‌ ଗଭର୍ନିଂଗ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Related story