ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ପୋଲାର୍ଡଙ୍କୁ ମହଙ୍ଗା ପଡ଼ିଲା

ହାଇଦ୍ରାବାଦ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ଅଲରାଉଣ୍ଡର କାଏରନ୍ ପୋଲାର୍ଡଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି। ପୋଲାର୍ଡ ଆଇପିଏଲ୍ ଆଚାର ସଂହିତା ଧାରା-୧ (ଅପରାଧ ୨.୮) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମ୍ୟାଚ୍ ପରେ ପୋଲାର୍ଡ ନିଜର ଭୁଲ୍ ସ୍ୱୀକାର କରିଥିଲେ ଏବଂ ଏଥିପାଇଁ ତାଙ୍କ ବିରୋଧରେ କୌଣସି ଶୁଣାଣି ହୋଇନାହିଁ। ଘଟଣାଟି ଘଟିଥିଲା ମୁମ୍ବାଇ ଇନିଂସର ଶେଷ ଓଭରରେ। ବର୍ଥଡେ’ […]

POLLARD

Hemant Lenka
  • Published: Monday, 13 May 2019
  • , Updated: 13 May 2019, 08:06 PM IST

ହାଇଦ୍ରାବାଦ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ଅଲରାଉଣ୍ଡର କାଏରନ୍ ପୋଲାର୍ଡଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି। ପୋଲାର୍ଡ ଆଇପିଏଲ୍ ଆଚାର ସଂହିତା ଧାରା-୧ (ଅପରାଧ ୨.୮) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମ୍ୟାଚ୍ ପରେ ପୋଲାର୍ଡ ନିଜର ଭୁଲ୍ ସ୍ୱୀକାର କରିଥିଲେ ଏବଂ ଏଥିପାଇଁ ତାଙ୍କ ବିରୋଧରେ କୌଣସି ଶୁଣାଣି ହୋଇନାହିଁ।

ଘଟଣାଟି ଘଟିଥିଲା ମୁମ୍ବାଇ ଇନିଂସର ଶେଷ ଓଭରରେ। ବର୍ଥଡେ' ବୟ ପୋଲାର୍ଡ କ୍ରିଜରେ ବ୍ୟାଟିଂ କରୁଥିଲେ ଏବଂ ସାମ୍ନାରେ ବୋଲିଂ କରୁଥିଲେ ଡ୍ୱେନ୍ ବ୍ରାଭୋ। ଓଭରର ଦ୍ୱିତୀୟ ବଲ୍ ୱିକେଟଠାରୁ ବହୁ ଦୂରରେ ଥିଲା, କିନ୍ତୁ ଅମ୍ପାୟାରକୁ ଏହାକୁ ୱାଇଡ୍ ଦେଇନଥିଲେ।

ପରବର୍ତ୍ତୀ ବଲ ମଧ୍ୟ ବହୁତ ବାହାରେ ଥିଲା, ତଥାପି ଅମ୍ପାୟାର ଏହାକୁ ୱାଇଡ୍ ଦେଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୋଲାର୍ଡ ନିଜ ବ୍ୟାଟ୍ ଉପରକୁ ଫୋଫାଡିଥିଲେ। ପରବର୍ତ୍ତୀ ବଲରେ ପୋଲାର୍ଡ ଗାର୍ଡ ନେଇଥିଲେ ଏବଂ ବ୍ରାଭୋଙ୍କ ରନଅପ୍ ବେଳେ ସେ ଷ୍ଟମ୍ପ ଛାଡ଼ି ପିଚର କୋଣରୁ ବ୍ୟାଟିଂ କରିବାକୁ ପହଞ୍ଚିଯାଇଥିଲେ। ଏହା ଦେଖି ବ୍ରାଭୋ ଟିକିଏ ରହି ଯାଇଥିଲେ।

ଏହା ପରେ ଅମ୍ପାୟାର ପୋଲାର୍ଡଙ୍କ ସହ ଏହି ବିଷୟେର କଥା ହୋଇଥିଲେ। ଅମ୍ପାୟାର ତାଙ୍କୁ ବୁଝାଇ କହିଥିଲେ, ଏମିତି ବ୍ୟାଟିଂ କରିପାରିବେ ନାହିଁ। ଅମ୍ପାୟାରଙ୍କ କଥା ମାନିବା ପରେ ପୋଲାର୍ଡ ଠିକ୍ ଭାବେ ବ୍ୟାଟିଂ କରିଥିଲେ। ସୂଚନାଯୋଗ୍ୟ, ଏହି ମ୍ୟାଚରେ ପୋଲାର୍ଡ ଦମଦାର ବ୍ୟାଟିଂ କରି ମାତ୍ର ୨୫ ବଲରେ ୪୧ ରନ୍ କରିଥିଲେ।

Related story