ଜାରି ହେଲା ଆଇପିଏଲର ପୂରା ସିଡ୍ୟୁଲ: ଅଟକିଲା ପ୍ଲେଅଫ୍ ଓ ଫାଇନାଲ୍ ତାରିଖ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ପାଇଁ ବିସିସିଆଇ ପୂରା ସିଡ୍ୟୁଲ ଆଜି ଘୋଷଣା କରିଛି। ଏପ୍ରିଲ ୬ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ବାକି ୩୯ ମ୍ୟାଚର ଶିଡ୍ୟୁଲ ଜାରି କରାଯାଇଛି। ଏହି ଘୋଷଣା ପରେ ଏହି ଲିଗ ପର୍ଯ୍ୟାୟର ସବୁ ମ୍ୟାଚର ସ୍ଥାନ ଓ ତାରିଖ ଚୂଡ଼ାନ୍ତ ହୋଇଛି। କିନ୍ତୁ ପ୍ଲେଅଫ୍ ଓ ଫାଇନାଲ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଆଇପିଏଲ୍ ୱେବସାଇଟ୍ ଅନୁଯାୟୀ, ମେ’ ୫ ତାରିଖରେ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ହେବ। ଲିଗର ଅନ୍ତିମ ଦିବସରେ ଦୁଇଟି […]

IPL

Ranjit Kumar Jena
  • Published: Tuesday, 19 March 2019
  • , Updated: 19 March 2019, 08:39 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ପାଇଁ ବିସିସିଆଇ ପୂରା ସିଡ୍ୟୁଲ ଆଜି ଘୋଷଣା କରିଛି। ଏପ୍ରିଲ ୬ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ବାକି ୩୯ ମ୍ୟାଚର ଶିଡ୍ୟୁଲ ଜାରି କରାଯାଇଛି।

ଏହି ଘୋଷଣା ପରେ ଏହି ଲିଗ ପର୍ଯ୍ୟାୟର ସବୁ ମ୍ୟାଚର ସ୍ଥାନ ଓ ତାରିଖ ଚୂଡ଼ାନ୍ତ ହୋଇଛି। କିନ୍ତୁ ପ୍ଲେଅଫ୍ ଓ ଫାଇନାଲ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଆଇପିଏଲ୍ ୱେବସାଇଟ୍ ଅନୁଯାୟୀ, ମେ’ ୫ ତାରିଖରେ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ହେବ।

ଲିଗର ଅନ୍ତିମ ଦିବସରେ ଦୁଇଟି ମ୍ୟାଚ ଯଥା ଅପରାହ୍ଣରେ ମୋହାଲିଠାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ଲିଗର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟସୂଚୀ (୨୩ ମାର୍ଚ୍ଚରୁ ୫ ଏପ୍ରିଲ) ଜାରି କରିଥିଲା। ଏହି ଦୁଇ ସପ୍ତାହ ପାଇଁ ୧୭ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ଏବେ ଏହି ଲିଗର ମୋଟ ୫୬ଟି ମ୍ୟାଚର ସିଡ୍ୟୁଲ ଘୋଷଣା ହୋଇସାରିଛି।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ବିରାଟ କୋହଲିଙ୍କ ନେତୃତ୍ୱୀଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଆସନ୍ତା ୨୩ ତାରିଖରେ ଚେନ୍ନାଇରେ ଖେଳାଯିବ। ବିସିସିଆଇ ପକ୍ଷରୁ କୁହାଯାଇଛି, ଚଳିତ ସଂସ୍କରଣର ସମସ୍ତ ମ୍ୟାଚ୍ ଭାରତରେ ଆୟୋଜିତ ହେବ ଏବଂ ସମସ୍ତ ୮ଟି ଯାକ ଟିମ୍ ନିଜର ହୋମ୍ ଭେନ୍ୟୁରେ ୭ଟି ମ୍ୟାଚ୍ ଖେଳିବେ। ଭାରତୀୟ ନିର୍ବାଚନ କମିଶନ ଏବଂ ସମସ୍ତ ଭେନ୍ୟୁର ଲୋକାଲ ପୁଲିସ ଅଥରିଟିକୁ ସହଯୋଗ ପାଇଁ ଆମେ ଧନ୍ୟବାଦ ଜଣାଉଛୁ। କିଛି ଦିନ ଭିତରେ ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଟୁର୍ଣ୍ଣାମେଣ୍ଟରେ ପ୍ରତିବର୍ଷ ଭଳି ୮ଟି ଦଳ ଯଥା ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ (କେକେଆର), ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍), ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଭାଗ ନେବେ।

ଆଇପିଏଲ କାର୍ଯ୍ୟସୂଚୀ

ମାର୍ଚ୍ଚ ୨୩- ସିଏସକେ ବନାମ ଆରସିବି, ରାତି ୮ଟା (ଚେନ୍ନାଇ)
ମାର୍ଚ୍ଚ ୨୪- କେକେଆର ବନାମ ଏସଆରଏଚ୍, ଅପରାହ୍ଣ ୪ଟା (କୋଲକାତା)
ମାର୍ଚ୍ଚ ୨୪: ମୁମ୍ବାଇ ବନାମ ଦିଲ୍ଲୀ (ମୁମ୍ବାଇ), ରାତି ୮ଟା (ମୁମ୍ବାଇ)
ମାର୍ଚ୍ଚ ୨୫: ରାଜସ୍ଥାନ ବନାମ ପଞ୍ଜାବ, ରାତି ୮ଟା (ଜୟପୁର)
ମାର୍ଚ୍ଚ ୨୬: ଦିଲ୍ଲୀ ବନାମ ସିଏସକେ, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୨୭: କେକେଆର ବନାମ ପଞ୍ଜାବ, ରାତି ୮ଟା (କୋଲକାତା)
ମାର୍ଚ୍ଚ ୨୮: ଆରସିବି ବନାମ ମୁମ୍ବାଇ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୨୯: ଏସଆରଏଚ୍ ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୩୦: ପଞ୍ଜାବ ବନାମ ମୁମ୍ବାଇ, ଅପରାହ୍ଣ ୪ଟା (ମୋହାଲି)
ମାର୍ଚ୍ଚ ୩୦: ଦିଲ୍ଲୀ ବନାମ କେକେଆର, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୩୧: ଏସଆରଏଚ୍ ବନାମ ଆରସିବି, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ମାର୍ଚ୍ଚ ୩୧: ସିଏସକେ ବନାମ ରାଜସ୍ଥାନ (ଚେନ୍ନାଇ)
ଏପ୍ରିଲ ୧: ପଞ୍ଜାବ ବନାମ ଦିଲ୍ଲୀ, ରାତି ୮ଟା (ମୋହାଲି)
ଏପ୍ରିଲ ୨: ରାଜସ୍ଥାନ ବନାମ ଆରସିବି, ରାତି ୮ଟା (ଜୟପୁର)
ଏପ୍ରିଲ ୩: ମୁମ୍ବାଇ ବନାମ ସିଏସକେ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୪: ଦିଲ୍ଲୀ ବନାମ ଏସଆରଏଚ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୫: ଆରସିବି ବନାମ କେକେଆର, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୬: ସିଏସକେ ବନାମ ପଞ୍ଜାବ, ଅପରାହ୍ଣ ୪ଟା (ଚେନ୍ନାଇ)
ଏପ୍ରିଲ ୬: ଏସଆରଏଚ ବନାମ ମୁମ୍ବାଇ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୭: ଆରସିବି ବନାମ ଦିଲ୍ଲୀ, ଅପରାହ୍ଣ ୪ଟା (ବେଙ୍ଗାଲୁରୁ)
ଏପ୍ରିଲ ୭: ରାଜସ୍ଥାନ ବନାମ କେକେଆର, ରାତି ୮ଟା (ଜୟପୁର)
ଏପ୍ରିଲ ୮: ପଞ୍ଜାବ ବନାମ ଏସଆରଏଚ୍, ରାତି ୮ଟା (ମୋହାଲି)
ଏପ୍ରିଲ ୯: ସିଏସକେ ବନାମ କେକେଆର, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୧୦: ମୁମ୍ବାଇ ବନାମ ପଞ୍ଜାବ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୧: ରାଜସ୍ଥାନ ବନାମ ଚେନ୍ନାଇ, ରାତି ୮ଟା (ଜୟପୁର)
ଏପ୍ରିଲ ୧୨: କେକେଆର ବନାମ ଦିଲ୍ଲୀ, ରାତି ୮ଟା (କୋଲକାତା)
ଏପ୍ରିଲ ୧୩: ମୁମ୍ବାଇ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ମୁମ୍ବାଇ)
ଏପ୍ରିଲ ୧୩: ପଞ୍ଜାବ ବନାମ ଆରସିବି, ରାତି ୮ଟା (ମୋହାଲି)
ଏପ୍ରିଲ ୧୪: କେକେଆର ବନାମ ସିଏସକେ, ଅପରାହ୍ଣ ୪ଟା (କୋଲକାତା)
ଏପ୍ରିଲ ୧୪: ଏସଆରଏଚ୍ ବନାମ ଦିଲ୍ଲୀ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୫: ମୁମ୍ବାଇ ବନାମ ଆରସିବି, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୬: ପଞ୍ଜାବ ବନାମ ରାଜସ୍ଥାନ, ରାତି ୮ଟା (ମୋହାଲି)
ଏପ୍ରିଲ ୧୭: ଏସଆରଏଚ ବନାମ ସିଏସକେ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୮: ଦିଲ୍ଲୀ ବନାମ ମୁମ୍ବାଇ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୧୯: କେକେଆର ବନାମ ଆରସିବି, ରାତି ୮ଟା (କୋଲକାତା)
ଏପ୍ରିଲ ୨୦: ରାଜସ୍ଥାନ ବନାମ ମୁମ୍ବାଇ, ଅପରାହ୍ଣ ୪ଟା, (ଜୟପୁର)
ଏପ୍ରିଲ ୨୦: ଦିଲ୍ଲୀ ବନାମ ପଞ୍ଜାବ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୨୧: ଏସଆରଏଚ ବନାମ କେକେଆର, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ଏପ୍ରିଲ ୨୧: ଆରସିବି ବନାମ ସିଏସକେ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୨: ରାଜସ୍ଥାନ ବନାମ ଦିଲ୍ଲୀ, ରାତି ୮ଟା (ଜୟପୁର)
ଏପ୍ରିଲ ୨୩: ସିଏସକେ ବନାମ ଏସଆରଏଚ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୪: ଆରସିବି ବନାମ ପଞ୍ଜାବ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୫: କେକେଆର ବନାମ ରାଜସ୍ଥାନ, ରାତି ୮ଟା (କୋଲକାତା)
ଏପ୍ରିଲ ୨୬: ସିଏସକେ ବନାମ ମୁମ୍ବାଇ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୭: ରାଜସ୍ଥାନ ବନାମ ଏସଆରଏଚ, ରାତି ୮ଟା (ଜୟପୁର)
ଏପ୍ରିଲ ୨୮: ଦିଲ୍ଲୀ ବନାମ ଆରସିବି, ଅପରାହ୍ଣ ୪ଟା (ଦିଲ୍ଲୀ)
ଏପ୍ରିଲ ୨୮: କେକେଆର ବନାମ ମୁମ୍ବାଇ, ରାତି ୮ଟା (କୋଲକାତା)
ଏପ୍ରିଲ ୨୯: ଏସଆରଏଚ ବନାମ ପଞ୍ଜାବ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୩୦: ଆରସିବି ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୧: ସିଏସକେ ବନାମ ଦିଲ୍ଲୀ, ରାତି ୮ଟା (ଚେନ୍ନାଇ)
ମେ’ ୨: ମୁମ୍ବାଇ ବନାମ ଏସଆରଏଚ, ରାତି ୮ଟା (ମୁମ୍ବାଇ)
ମେ’ ୩: ପଞ୍ଜାବ ବନାମ କେକେଆର, ରାତି ୮ଟା (ମୋହାଲି)
ମେ’ ୪: ଦିଲ୍ଲୀ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ଦିଲ୍ଲୀ)
ମେ’ ୪: ଆରସିବି ବନାମ ଏସଆରଏଚ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୫: ପଞ୍ଜାବ ବନାମ ସିଏସକେ, ଅପରାହ୍ଣ ୪ଟା (ମୋହାଲି)
ମେ’ ୫: ମୁମ୍ବାଇ ବନାମ କେକେଆର, ରାତି ୮ଟା (ମୁମ୍ବାଇ)

Related story