ଆଇପିଏଲ ନବମ ସଂସ୍କରଣ: ଷ୍ଟିଫେନ୍ ଫ୍ଲେମିଂ ପୁନେର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣରେ ନୂଆ ଦଳ ଭାବେ ଭାଗ ନେଇଥିବା ପୁନେର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ। ଆଇପିଏଲ-୯ରୁ ବାଦ ପଡିଥିବା ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱରେ ନିଭାଇ ଥିଲେ ଫ୍ଲେମିଂ। ଏହି ସଂସ୍କରଣରେ ପୁଣି ଦେଖିବାକୁ ସିଏସକେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କ ଯୋଡି। ଡିସେମ୍ବର ମାସରେ ପୁନେ ଦଳ ଧୋନିଙ୍କୁ ସର୍ବାଧିକ ଅର୍ଥରେ […]

fleming3

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 11:25 AM IST

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣରେ ନୂଆ ଦଳ ଭାବେ ଭାଗ ନେଇଥିବା ପୁନେର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ। ଆଇପିଏଲ-୯ରୁ ବାଦ ପଡିଥିବା ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱରେ ନିଭାଇ ଥିଲେ ଫ୍ଲେମିଂ। ଏହି ସଂସ୍କରଣରେ ପୁଣି ଦେଖିବାକୁ ସିଏସକେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କ ଯୋଡି। ଡିସେମ୍ବର ମାସରେ ପୁନେ ଦଳ ଧୋନିଙ୍କୁ ସର୍ବାଧିକ ଅର୍ଥରେ କିଣିଛି। ପୁନେ ଦଳ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇଛି।

ପୁନେ ଦଳର ମାଲିକ ସଞ୍ଜୟ ଗୋଏଙ୍କା ଷ୍ଟିଫେନ ଫ୍ଲେମିଂଙ୍କୁ ଦଳର କୋଚ୍ ଭାବେ ପାଇ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଧୋନି-ଫ୍ଲେମିଂ ଯୋଡ଼ି ଆଇପିଏଲରେ ବହୁ ସଫଳତା ପାଇଛି।

Related story