ଆଇପିଏଲ୍: ଅଲୋଡ଼ା ହେଲେ ଏହି ଷ୍ଟାର୍ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ୍ ନିଲାମରେ ଗୋଟିଏ ପଟେ ଅନଭିଜ୍ଞ ଖେଳାଳି ରେକର୍ଡ ଦରରେ ବିକ୍ରି ହୋଇଥିବା ବେଳେ ଅନ୍ୟପଟେ ନାମୀ ଖେଳାଳିଙ୍କୁ ଅଲୋଡ଼ା ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର ଡେଲ୍ ଷ୍ଟେନଙ୍କୁ କୌଣସି ଫ୍ରାଞ୍ଚାଇଜି ନକିଣିବା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। ଷ୍ଟେନଙ୍କ ବେସ୍ ପ୍ରାଇସ୍ ୨କୋଟି ଟଙ୍କା ରହିଥିଲା, କିନ୍ତୁ ତାଙ୍କୁ କେହି ବି କିଣିନଥିଲେ। ଅନ୍ୟ ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ ଭାରତର ୟୁସୁଫ୍ ପଠାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ପଠାନଙ୍କ […]

steyn

Ranjit Kumar Jena
  • Published: Thursday, 19 December 2019
  • , Updated: 19 December 2019, 09:59 PM IST

ନୂଆଦିଲ୍ଲୀ: ଆଇପିଏଲ୍ ନିଲାମରେ ଗୋଟିଏ ପଟେ ଅନଭିଜ୍ଞ ଖେଳାଳି ରେକର୍ଡ ଦରରେ ବିକ୍ରି ହୋଇଥିବା ବେଳେ ଅନ୍ୟପଟେ ନାମୀ ଖେଳାଳିଙ୍କୁ ଅଲୋଡ଼ା ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର ଡେଲ୍ ଷ୍ଟେନଙ୍କୁ କୌଣସି ଫ୍ରାଞ୍ଚାଇଜି ନକିଣିବା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି।

ଷ୍ଟେନଙ୍କ ବେସ୍ ପ୍ରାଇସ୍ ୨କୋଟି ଟଙ୍କା ରହିଥିଲା, କିନ୍ତୁ ତାଙ୍କୁ କେହି ବି କିଣିନଥିଲେ। ଅନ୍ୟ ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ ଭାରତର ୟୁସୁଫ୍ ପଠାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ପଠାନଙ୍କ ବ୍ରେସ୍ ପ୍ରାଇସ୍ ୧ କୋଟି ଟଙ୍କା ଥିଲା। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଚେତେଶ୍ୱର ପୂଜାର, ହନୁମା ବିହାରୀ, ଷ୍ଟୁଆର୍ଟ ବିନ୍ନି, ମନୋଜ ତିୱାରୀ, ଋଷି ଧୱନ୍‌, ନମନ ଓଝା, ବରିନ୍ଦର ସ୍ରାନ୍‌, ମୋହିତ୍ ଶର୍ମାଙ୍କ ଭଳି ଷ୍ଟାର୍ ଖେଳାଳି ଅଲୋଡ଼ା ସାବ୍ୟସ୍ତ ହୋଇଛନ୍ତି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର ଏଭିନ୍ ଲୁଇସ୍‌, ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍‌, ନ୍ୟୁଜିଲ୍ୟାଣ୍ଡର କଲିନ୍ ମୁନରୋ, ବାଂଲାଦେଶର ମୁସ୍ତାଫିଜୁର ରେହମାନ୍‌, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍‌, ନ୍ୟୁଜିଲ୍ୟାଣ୍ଡର ଟିମ୍ ସାଉଦୀ, ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁୁ ଟାଇ, ନ୍ୟୁଜିଲ୍ୟାଣ୍ଡର କଲିନ୍ ଡି' ଗ୍ରାଣ୍ଡହୋମ୍‌, ଅଷ୍ଟ୍ରେଲିଆର ବେନ୍ କଟିଙ୍ଗ୍‌, ବାଂଲାଦେଶର ମୁଶଫିକର ରହିମ୍‌, ନ୍ୟୁଜିଲ୍ୟାଣ୍ଡର ଇଶ ସୋଢ଼ୀ, ଦକ୍ଷିଣ ଆଫ୍ରିକାର କଲିନ୍ ଇନଗ୍ରାମଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି।

Related story