ଆଇପିଏଲ୍‌ରେ ୪,୦୦୦ରନ୍‌ ସଂଗ୍ରହ କଲେ କୋହଲି

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଆଇପିଏଲ୍‌ରେ ୪,୦୦୦ ରନ୍‌ ସଂଗ୍ରହ କରିଛନ୍ତି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ଏହି ଇତିହାସ ରଚିବା ପରେ ସୋସିଆଲ୍ ମିଡିଆରେ ତାଙ୍କ ନିକଟକୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ସେ ମଧ୍ୟ ଏହାକୁ ସାଦରରେ ଗ୍ରହଣ କରିବା ସହ ତାଙ୍କ ଗୁରୁ ସଚୀନଙ୍କୁ ସବୁ ଶ୍ରେୟ ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ଏହି ଅଧିନାୟକ ଜଣଙ୍କ ଗୁରୁତର ଆଙ୍ଗୁଠି ଯନ୍ତ୍ରଣା ଭୋଗୁ ଥିଲେ ମଧ୍ୟ ଗତକାଲି […]

IPL-Virat-Kohli

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 11:40 AM IST

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଆଇପିଏଲ୍‌ରେ ୪,୦୦୦ ରନ୍‌ ସଂଗ୍ରହ କରିଛନ୍ତି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ଏହି ଇତିହାସ ରଚିବା ପରେ ସୋସିଆଲ୍ ମିଡିଆରେ ତାଙ୍କ ନିକଟକୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ସେ ମଧ୍ୟ ଏହାକୁ ସାଦରରେ ଗ୍ରହଣ କରିବା ସହ ତାଙ୍କ ଗୁରୁ ସଚୀନଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ଏହି ଅଧିନାୟକ ଜଣଙ୍କ ଗୁରୁତର ଆଙ୍ଗୁଠି ଯନ୍ତ୍ରଣା ଭୋଗୁ ଥିଲେ ମଧ୍ୟ ଗତକାଲି ପଞ୍ଜାବ ବିପକ୍ଷରେ ୧୧୭ ରନ୍‌ର ବିସ୍ଫୋରକ ଇନିଙ୍ଗ୍ସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଏହି ଶତକ ସହ ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୩ଟି ମ୍ୟାଚ୍‌ରୁ ୮୬୫ ରନ୍‌ କରି ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ମାନ୍ୟତା ପାଇଛନ୍ତି।

ଅନ୍ୟପକ୍ଷରେ ତାଙ୍କ ପଛକୁ ୩,୯୮୫ ରନ୍‌ କରି ମାତ୍ର ୧୮ ରନ୍‌ ପଛରେ ରହିଛନ୍ତି ଗୁଜରାଟ ଲାୟନ୍ସର ଅଧିନାୟକ ସୁରେଶ ରୈନା। ରୈନା ବିଗତ ଦୁଇଟି ମ୍ୟାଚ୍‌ ଖେଳି ପାରି ନ ଥିବାରୁ ଏହି ବିରଳ ରେକର୍ଡ ରିଚିବାରେ ବିଫଳ ହୋଇଛନ୍ତି।

Related story