ଆଇପିଏଲ୍ ରାୟ: ନିଲମ୍ବନ ବିରୋଧରେ ସୁପ୍ରିମକୋର୍ଟ ଯିବ ଚେନ୍ନାଇ ସୁପରକିଙ୍ଗସ୍

ଚେନ୍ନାଇ: ଜଷ୍ଟିସ୍ ଆର.ଏଲ ଲୋଧାଙ୍କ ନେତୃତ୍ୱାଧୀନ କମିଟି ଆଇପିଏଲ୍ ଫିକ୍ସିଂ ଓ ବେଟିଂ ମାମଲାରେ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ଆଇପିଏଲରୁ ନିଲମ୍ବିତ କରିଛନ୍ତି। ଗତକାଲି ଏହି ରାୟ ଆସିବା ପରେ ଚେନ୍ନାଇ ସୁପରକିଙ୍ଗସର ମାଲିକ ଇଣ୍ଡିଆ ସିମେଣ୍ଟ ଲିମିଟେଡ୍ (ଆଇସିଏଲ) ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆଇସିଏଲର କିଛି ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଲୋଧା କମିଟିର ରାୟକୁ ତର୍ଜମା କରାଯାଉଛି। ଏହା ପରେ […]

chennaisuperkings

chennaisuperkings

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 03:02 PM IST

Sports

Latest News

ଚେନ୍ନାଇ: ଜଷ୍ଟିସ୍ ଆର.ଏଲ ଲୋଧାଙ୍କ ନେତୃତ୍ୱାଧୀନ କମିଟି ଆଇପିଏଲ୍ ଫିକ୍ସିଂ ଓ ବେଟିଂ ମାମଲାରେ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ଆଇପିଏଲରୁ ନିଲମ୍ବିତ କରିଛନ୍ତି। ଗତକାଲି ଏହି ରାୟ ଆସିବା ପରେ ଚେନ୍ନାଇ ସୁପରକିଙ୍ଗସର ମାଲିକ ଇଣ୍ଡିଆ ସିମେଣ୍ଟ ଲିମିଟେଡ୍ (ଆଇସିଏଲ) ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଆଇସିଏଲର କିଛି ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଲୋଧା କମିଟିର ରାୟକୁ ତର୍ଜମା କରାଯାଉଛି। ଏହା ପରେ ସୁପ୍ରିମକୋର୍ଟରେ ଅପିଲ କରାଯିବ।

ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଦୁଇ ବର୍ଷ ପାଇଁ ଆଇପିଏଲରୁ ନିଲମ୍ବିତ ହୋଇଥିବା ବେଳେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଆଇସିସିର ଅଧ୍ୟକ୍ଷ ଶ୍ରୀନିବାସନଙ୍କ ଜ୍ୱାଇଁ ଗୁରୁନାଥ ମୈୟାପ୍ପାନ ଓ ରାଜସ୍ଥାନ ରୟାଲ୍ସର ଯୁଗ୍ମ ମାଲିକ ରାଜ କୁନ୍ଦ୍ରାଙ୍କୁ ଆଜୀବନ ବାସନ୍ଦ କରାଯାଇଛି।

୨୦୧୩ରେ ଆଇପିଏଲ ଫିକ୍ସିଂ ଓ ବେଟିଂ ଘଟଣା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ହିଁ ପୂର୍ବତନ ମୁଖ୍ୟ ବିଚାରପତି ଆର.ଏମ୍ ଲୋଧାଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ଗଠନ କରି ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ଶୁଣାଇବାର ଅଧିକାର ବି ସର୍ବୋଚ୍ଚ ନ୍ୟାୟାଳୟ ଏହି କମିଟିକୁ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos