ବ୍ରାଡ୍ ହାଡିନ୍ ସନରାଇଜର୍ସର ଆସିଷ୍ଟାଣ୍ଟ କୋଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ବ୍ରାଡ୍ ହାଡିନ୍ ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସର ସହକାରୀ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ହାଡିନ୍ ଏବେ ଇଂଲଣ୍ଡର ପୂର୍ବତନ କୋଚ୍ ଟ୍ରେଭର୍ ବେଲିସଙ୍କ ସହ କାମ କରିବେ। ବେଲିସଙ୍କୁ ଗତମାସରେ ସନରାଇଜର୍ସ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ବେଲିସ୍ ଓ ହାଡିନଙ୍କ ପାଖରେ ଆଇପିଏଲରେ କୋଚିଂର ପ୍ରଚୁର ଅଭିଜ୍ଞତା ରହିଛି। ଦୁହେଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ କାମ କରିଛନ୍ତି। ବେଲିସଙ୍କ ମାର୍ଗଦର୍ଶନରେ କେକେଆର୍ ଦୁଇଥର ଆଇପିଏଲ୍ […]

haddin

Ranjit Kumar Jena
  • Published: Monday, 19 August 2019
  • , Updated: 19 August 2019, 06:57 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ବ୍ରାଡ୍ ହାଡିନ୍ ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସର ସହକାରୀ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ହାଡିନ୍ ଏବେ ଇଂଲଣ୍ଡର ପୂର୍ବତନ କୋଚ୍ ଟ୍ରେଭର୍ ବେଲିସଙ୍କ ସହ କାମ କରିବେ। ବେଲିସଙ୍କୁ ଗତମାସରେ ସନରାଇଜର୍ସ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

ବେଲିସ୍ ଓ ହାଡିନଙ୍କ ପାଖରେ ଆଇପିଏଲରେ କୋଚିଂର ପ୍ରଚୁର ଅଭିଜ୍ଞତା ରହିଛି। ଦୁହେଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ କାମ କରିଛନ୍ତି। ବେଲିସଙ୍କ ମାର୍ଗଦର୍ଶନରେ କେକେଆର୍ ଦୁଇଥର ଆଇପିଏଲ୍ ବିଜେତା ହୋଇଛି। ସେହିପରି ୨୦୧୧ରେ ହାଡିନ୍ ଖେଳାଳି ଭାବେ କେକେଆର୍ ଟିମରେ ସାମିଲ୍ ହୋଇଥିଲେ।

ହାଡିନଙ୍କ ପାଖରେ ଅଷ୍ଟ୍ରେଲିଆ ଜାତୀୟ ଟିମକୁ କୋଚିଂ ଦେବାର ଅଭିଜ୍ଞତା ରହିଛି। ୨୦୧୭ରେ ଅଷ୍ଟ୍ରେଲିଆ-ଏ ଟିମକୁ କୋଚିଂ ଦେବା ପରେ ତାଙ୍କୁ ଜାତୀୟ ଦଳର ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

Related story