ସମସ୍ତଙ୍କୁ ପଛରେ ପକାଇ ଛକାରେ ରେକର୍ଡ କଲେ ଇଶାନ୍ କିଷନ

ଦୁବାଇ: ଆଇପିଏଲରେ ସର୍ବାଧିକ ଛକା ମାରିବାର କଥା ଯଦି ସାମ୍ନାକୁ ଆସେ, ତାହେଲେ ସର୍ବପ୍ରଥମେ କ୍ରିସ୍ ଗେଲଙ୍କ ନାଁ ଆସିବ। ଆଇପିଏଲରେ ମଧ୍ୟ ସର୍ବାଧିକ ଛକାର ରେକର୍ଡ ଗେଲଙ୍କ ନାଁରେ ରହିଛି। ସେ ଆଇପିଏଲରେ ଏପର୍ଯ୍ୟନ୍ତ ୩୪୯ଟି ଛକା ମାରିସାରିଛନ୍ତି। ଏଥର ଗେଲଙ୍କ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପ୍ଲେଅଫକୁ କ୍ୱାଲିଫାଏ କରିପାରିନାହିଁ। କିନ୍ତୁ ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷନ ଛକା ମାରିବା ଦୌଡ଼ରେ ସବୁ ନାମୀ ଖେଳାଳିଙ୍କୁ ପଛରେ ପକାଇ […]

ishan

Ranjit Kumar Jena
  • Published: Friday, 06 November 2020
  • , Updated: 06 November 2020, 03:04 PM IST

ଦୁବାଇ: ଆଇପିଏଲରେ ସର୍ବାଧିକ ଛକା ମାରିବାର କଥା ଯଦି ସାମ୍ନାକୁ ଆସେ, ତାହେଲେ ସର୍ବପ୍ରଥମେ କ୍ରିସ୍ ଗେଲଙ୍କ ନାଁ ଆସିବ। ଆଇପିଏଲରେ ମଧ୍ୟ ସର୍ବାଧିକ ଛକାର ରେକର୍ଡ ଗେଲଙ୍କ ନାଁରେ ରହିଛି। ସେ ଆଇପିଏଲରେ ଏପର୍ଯ୍ୟନ୍ତ ୩୪୯ଟି ଛକା ମାରିସାରିଛନ୍ତି। ଏଥର ଗେଲଙ୍କ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପ୍ଲେଅଫକୁ କ୍ୱାଲିଫାଏ କରିପାରିନାହିଁ। କିନ୍ତୁ ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷନ ଛକା ମାରିବା ଦୌଡ଼ରେ ସବୁ ନାମୀ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି।

ଇଶାନ୍ ଚଳିତ ସଂସ୍କରଣରେ ସର୍ବାଧିକ ୨୯ଟି ଛକା ମାରି ତାଲିକାର ଏକ ନମ୍ବର ସ୍ଥାନରେ ଅଛନ୍ତି। ଚଳିତ ସଂସ୍କରଣରେ ସଞ୍ଜୁ ସାମସନ୍ ସର୍ବାଧିକ କା ମାରିବା ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ସେ ୧୪ ଇନିଂସରେ ୨୬ ଛକା ମାରିଥିଲେ। କିନ୍ତୁ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଇଶାନ୍ ୩ଟି ଛକା ମାରି ସାମସନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨୫ଟି ଛକା ମାରିଥିବା ବେଳେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ନିକୋଲାସ ପୁରନ୍ ୨୫ଟି ଓ କୋଲକାତା ନାଇଟ୍ ରାଇଡର୍ସର ଇଆନ୍ ମୋର୍ଗାନ୍ ୨୪ ଛକା ମାରିଛନ୍ତି। କ୍ରିସ୍ ଗେଲ୍ ମାତ୍ର ୭ଟି ଇନିଂସରେ ୨୩ଟି ଛକା ମାରି ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି।

ତେବେ ଆଇପିଏଲରେ ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାର ରେକର୍ଡ ଗେଲଙ୍କ ନାଁରେ ରହିଛି। ଗେଲ୍ ୨୦୧୨ ସିଜନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ୫୯ଟି ଛକା ମାରିଥିଲେ। ଏହି ତାଲିକାର ୨ୟ ସ୍ଥାନରେ ଆନ୍ଦ୍ରେ ରସେଲ୍। ରସେଲ୍ ୨୦୧୯ରେ କେକେଆର୍ ପକ୍ଷରୁ ଖେଳି ୫୨ଟି ଛକା ମାରିଥିଲେ। ତୃତୀୟ ସ୍ଥାନରେ ରହିଛନ୍ତି ଗେଲ୍, ଯିଏ ୨୦୧୩ ସଂସ୍କରଣରେ ୫୧ଟି ଛକା ମାରିଥିଲେ। ଗେଲ୍ ମଧ୍ୟ ୨୦୧୧ ସିଜନରେ ୪୪ ଛକା ମାରିଥିଲେ।

Related story