ପନ୍ତଙ୍କୁ ଏମିତି ୱେଲକମ୍ କଲେ ସୌରଭ ଗାଙ୍ଗୁଲି

ଜୟପୁର: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତାଇବା ପରେ ଋଷଭ ପନ୍ତ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ୍ ପରେ ଦିଲ୍ଲୀ ଟିମର ଆଡଭାଇଜର୍ େସୌରଭ ଗାଙ୍ଗୁଲି ପନ୍ତଙ୍କୁ ନିଆରା ଢ଼ଙ୍ଗରେ ୱେଲକମ୍ କରିଥିଲେ। ପନ୍ତ ଯେତେବେଳେ ଦିଲ୍ଲୀକୁ ମ୍ୟାଚ୍ ଜିତାଇ ଫେରୁଥିଲେ, ସେହି ସମୟରେ ତାଙ୍କୁ ନିଜ କୋଳରେ ଉଠାଇ ନେଇଥିଲେ। ମ୍ୟାଚ୍ ପରେ ପନ୍ତ କହିଥିଲେ, ରାଜସ୍ଥାନ ବିପକ୍ଷ ୬ ୱିକେଟରେ ମ୍ୟାଚ୍ ଜିତିବା ପରେ ଯେତେବେଳେ ସୌରଭ ଗାଙ୍ଗୁଲି ତାଙ୍କୁ ଉଠାଇଥିଲେ, ତାହା ମୋ ପାଇଁ […]

sourav

Hemant Lenka
  • Published: Tuesday, 23 April 2019
  • , Updated: 23 April 2019, 03:50 PM IST

ଜୟପୁର: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତାଇବା ପରେ ଋଷଭ ପନ୍ତ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ୍ ପରେ ଦିଲ୍ଲୀ ଟିମର ଆଡଭାଇଜର୍ େସୌରଭ ଗାଙ୍ଗୁଲି ପନ୍ତଙ୍କୁ ନିଆରା ଢ଼ଙ୍ଗରେ ୱେଲକମ୍ କରିଥିଲେ।

ପନ୍ତ ଯେତେବେଳେ ଦିଲ୍ଲୀକୁ ମ୍ୟାଚ୍ ଜିତାଇ ଫେରୁଥିଲେ, ସେହି ସମୟରେ ତାଙ୍କୁ ନିଜ କୋଳରେ ଉଠାଇ ନେଇଥିଲେ। ମ୍ୟାଚ୍ ପରେ ପନ୍ତ କହିଥିଲେ, ରାଜସ୍ଥାନ ବିପକ୍ଷ ୬ ୱିକେଟରେ ମ୍ୟାଚ୍ ଜିତିବା ପରେ ଯେତେବେଳେ ସୌରଭ ଗାଙ୍ଗୁଲି ତାଙ୍କୁ ଉଠାଇଥିଲେ, ତାହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା।

ପନ୍ତ ଏହି ମ୍ୟାଚରେ ଅପରାଜିତ ୭୮ ରନର ଇନିଂସ୍ ଖେଳିଥିଲେ ଏବଂ ଛକା ମାରି ଦିଲ୍ଲୀକୁ ଜିତାଇଥିଲେ। ଏହି ରୋମାଞ୍ଚକର ମ୍ୟାଚ୍ ଜିତିବା ପରେ ଭାରତର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର୍ ଗାଙ୍ଗୁଲି ଖୁସିରେ ମଇଦାନ ଭିତରକୁ ଯାଇ ପନ୍ତଙ୍କୁ ଉଠାଇ ନେଇଥିଲେ।

ଏହି ସମୟରେ ତାଙ୍କ ନିକଟରେ ପୃଥ୍ୱୀ ଶ' ଉପସ୍ଥିତ ଥିଲେ। ମ୍ୟାଚ୍ ପରେ ନିଜ ସାଥୀ ଖେଳାଳି ପୃଥ୍ୱୀ ଶ'ଙ୍କ ସହ କଥା ହେଉଥିବା ସମୟରେ ପନ୍ତ କହିଥିଲେ, "ସୌରଭ ସାର୍ ମୋତେ ଯେଉଁଭଳି କୋଳରେ ଉଠାଇଲେ, ତାହା ଏହ ଭିନ୍ନ ଅନୁଭୂତି ଥିଲା।'

Related story