'ହମ୍ ସରିଫ କ୍ୟା ହୁଏ, ପୂରୀ ଦୁନିଆ ହି ବଦମାସ୍ ହୋ ଗଇ'
ହିନ୍ଦୀ ଫିଲ୍ମ 'ଦିଲୱାଲେ'ରେ ଶାହାରୁଖ ଖାନ୍ଙ୍କ ଏମିତି ଏକ ଡାଏଲଗର ଜବରଦସ୍ତ କ୍ରେଜ୍ ରହିଥିଲା ସିନେପ୍ରେମୀଙ୍କ ମନରେ। କିନ୍ତୁ ଶାହାରୁଖଙ୍କ ଏହି ସଂଳାପକୁ ନେଇ ସେତେବେଳେ ଯେତିକି ଚର୍ଚ୍ଚା ହୋଇନଥିଲା, ଏବେ ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି। କାରଣ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେ଼ଜା ସୋମବାର ଏହି ସଂଳାପକୁ ଟ୍ୱିଟର୍ ପେଜ୍ରେ ଅପଲୋଡ୍ କରି ନିଜ ଦୁଃଖ ଜଣାଇଛନ୍ତି।
ଶ୍ରୀଲଙ୍କ। ବିପକ୍ଷ କଲୋମ୍ୱୋ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ଓ ବୋଲିଂରେ ଲଙ୍କ। ଦଳକୁ ଚିତ୍ କରି ଭାରତକୁ ବିଜୟ ମୁକୁଟ ପିନ୍ଧାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ, ଆଇସିସି ପରବର୍ତ୍ତୀ ମ୍ୟାଚ୍ରୁ ନିଲମ୍ୱନ କରିଛି। ଆଇସିସିର ସୂଚନା ଅନୁଯାୟୀ, କଲୋମ୍ୱୋ ଟେଷ୍ଟରେ ଶ୍ରୀଲଙ୍କ।ର ଦ୍ୱିତୀୟ ଇନିଂସର ୫୮ତମ ଓଭରରେ ରବୀନ୍ଦ୍ର ଜାଡେ଼ଜା ଶ୍ରୀଲଙ୍କ।ର ବ୍ୟାଟସମ୍ୟାନ ଦିମୁଥ୍ କରୁଣାରତ୍ନେଙ୍କ ଉପରକୁ ଅନାବଶ୍ୟକ ଭାବେ ବଲ୍ ଥ୍ରୋ କରିଥିଲେ। ଏହା ଆଇସିସିର ନିୟମ ୨.୨.୮ର ବିରୁଦ୍ଧାଚରଣ କରୁଥିବାରୁ ଜାଡେ଼ଜାଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି କଟିବା ସହ ୩ ଡିମେରିଟ୍ ପଏଣ୍ଟ ମିଳିଥିଲା। ଯାହାଦ୍ୱାରା ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ନିଲମ୍ୱନ କରାଯାଇଛି।