ବଲିଉଡ଼ ଅଭିନେତ୍ରୀଙ୍କ ହାତ ଧରିଲେ ଆଉ ଜଣେ କ୍ରିକେଟର: ଆଜି ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ବିବାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସାଗରିକା ଘଟ୍‌ଜେଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର୍ ଜାହିର ଖାନ୍। ଆଜି ସକାଳୁ ସେ ସାଗରିକାଙ୍କ ସହ କୋର୍ଟରେ ବିବାହ କରିଛନ୍ତି। ୩୯ ବର୍ଷିୟ ଜାହିର ଖାନଙ୍କ ସହ ବିବାହକୁ ନେଇ ପୂର୍ବରୁ ସାଗରିକା ସୂଚନା ଦେବା ସହ ରିସେପ୍ସନ ପାଇଁ ତାଙ୍କର ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଆସନ୍ତା ୨୭ ତାରିଖରେ ମୁମ୍ବାଇର ହୋଟେଲ୍ ତାଜ୍ ପ୍ୟାଲେସରେ ତାଙ୍କର ରିସେପସନ୍ ଅନୁଷ୍ଠିତ ହେବ। ଏହି ବିବାହରେ […]

zaheer-khan-and-sagari

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 06:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସାଗରିକା ଘଟ୍‌ଜେଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର୍ ଜାହିର ଖାନ୍। ଆଜି ସକାଳୁ ସେ ସାଗରିକାଙ୍କ ସହ କୋର୍ଟରେ ବିବାହ କରିଛନ୍ତି। ୩୯ ବର୍ଷିୟ ଜାହିର ଖାନଙ୍କ ସହ ବିବାହକୁ ନେଇ ପୂର୍ବରୁ ସାଗରିକା ସୂଚନା ଦେବା ସହ ରିସେପ୍ସନ ପାଇଁ ତାଙ୍କର ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଆସନ୍ତା ୨୭ ତାରିଖରେ ମୁମ୍ବାଇର ହୋଟେଲ୍ ତାଜ୍ ପ୍ୟାଲେସରେ ତାଙ୍କର ରିସେପସନ୍ ଅନୁଷ୍ଠିତ ହେବ। ଏହି ବିବାହରେ ଜାହିରଙ୍କ ସାଥି ଆଶିଷ ନେହେରା ଓ ତାଙ୍କ ପତ୍ନୀଙ୍କ ସାମିଲ ହୋଇଥିଲେ। ଆଜିର ଏହି ବିବାହ ପରେ ଏକ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ଅନେକ ଲୋକ ସାମିଲ ଥିଲେ।

ସେପଟେ ଆଜି କ୍ରିକେଟର୍ ଭୁବନେଶ୍ୱର କୁମାର ମଧ୍ୟ ବିବାହ କରିଛନ୍ତି। ସେ ତାଙ୍କ ବାଲ୍ୟ ବାନ୍ଧବୀ ନୁପୁର ନାଗରଙ୍କୁ ବିବାହ କରିଛନ୍ତି। ଆଜି ମିରଟରେ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହୋଇଛି। ସବୁଠୁ ମଜା କଥା ହେଲା ଆଜି ଗୋଟିଏ ଦିନରେ ଦୁଇ କ୍ରିକେଟର୍‌ ବିବାହ କରିଛନ୍ତି।

Related story