ଜାକର୍ତା ବିଶ୍ୱ କରାଟେ ଚାମ୍ପିଅନସିପରେ ଭାଗ ନେବେ ଓଡ଼ିଆ ଝିଅ ପାୟଲ

କୋରାପୁଟ: ଅନ୍ତର୍ଜାତୀୟ ଗୁଗଲ ମେଳାରେ ସଫଳତା ପାଇଥିବା ଦାମନଯୋଡିର ଝିଅ ଲଳିତା କୋରାପୁଟ ପାଇଁ ଗୌରବ ଆଣିଥିବା ବେଳେ ଏବେ ଏହି ଜିଲ୍ଲାର ଆଉ ଜଣେ ଝିଅ ନିଜ ପ୍ରତିଭାକୁ ନେଇ ଚର୍ଚ୍ଚାରେ । ସୁନାବେଡାର ଏହି ଝିଅ ପାୟଲ ବରାଳ ବିଶ୍ୱ କରାଟେ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ସୁନାବେଡା କାରାଟେ ସ୍କୁଲର ଛାତ୍ରୀ ପାୟଲ ନଭେମ୍ୱର ୧୨ ତାରିଖରୁ ୧୫ ତାରିଖ ଯାଏଁ ଇଣ୍ଡୋନେସିଆର ଜାକର୍ତାଠାରେ ହେବାକୁ ଥିବା ନବମ ବିଶ୍ୱ କରାଟେ ଚାମ୍ପିଅନସିପରେ […]

payal-barala

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 07:01 AM IST

କୋରାପୁଟ: ଅନ୍ତର୍ଜାତୀୟ ଗୁଗଲ ମେଳାରେ ସଫଳତା ପାଇଥିବା ଦାମନଯୋଡିର ଝିଅ ଲଳିତା କୋରାପୁଟ ପାଇଁ ଗୌରବ ଆଣିଥିବା ବେଳେ ଏବେ ଏହି ଜିଲ୍ଲାର ଆଉ ଜଣେ ଝିଅ ନିଜ ପ୍ରତିଭାକୁ ନେଇ ଚର୍ଚ୍ଚାରେ । ସୁନାବେଡାର ଏହି ଝିଅ ପାୟଲ ବରାଳ ବିଶ୍ୱ କରାଟେ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ସୁନାବେଡା କାରାଟେ ସ୍କୁଲର ଛାତ୍ରୀ ପାୟଲ ନଭେମ୍ୱର ୧୨ ତାରିଖରୁ ୧୫ ତାରିଖ ଯାଏଁ ଇଣ୍ଡୋନେସିଆର ଜାକର୍ତାଠାରେ ହେବାକୁ ଥିବା ନବମ ବିଶ୍ୱ କରାଟେ ଚାମ୍ପିଅନସିପରେ ୨୧ବର୍ଷରୁ କମ ବର୍ଗରେ ଭାଗ ନେବେ।

ପାୟଲଙ୍କୁ ବୁଧବାର ୨୦୨ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ମହେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ସମ୍ୱର୍ଦ୍ଧିତ କରିବା ସହ ପ୍ରତିଯୋଗିତା ପାଇଁ ଆବଶ୍ୟକ କିଟ ଯୋଗଇଛନ୍ତି । ଆସନ୍ତା ୪ ତାରିଖରୁ ୧୦ ତାରିଖ ଯାଏଁ ମୁଖ୍ୟ କୋଚ ହରି ପ୍ରସାଦ ପଟ୍ଟନାୟକଙ୍କଠାରୁ ପାୟଲ ତାଲିମ ନେବା ପରେ ୧୧ ତାରିଖରେ ଜାକର୍ତା ଅଭିମୁଖେ ଯାତ୍ରା କରିବେ ବୋଲି ସୁନାବେଡା କରାଟେ ସ୍କୁଲର କୋଚ ମହେଶ ବରାଳ ସୂଚନା ଦେଇଛନ୍ତି। ବିଶ୍ୱ ପ୍ରତିଯୋଗିତାରେ ସଫଳ ହୋଇ ଦେଶ ପାଇଁ ଗୌରବ ଆଣିବାକୁ ଚେଷ୍ଟା କରିବି। ଏଥିପାଇଁ ଦିନକୁ ୫ରୁ ୬ ଘଣ୍ଟା କଠିନ ଅଭ୍ୟାସ କରୁଛି ବୋଲି ପାୟଲ କହିଛନ୍ତି।

Related story